Sat. Jun 7th, 2025

ପରିବାରର ଯୋଜନା କରିଲେଣି ପ୍ରିୟଙ୍କା ଚୋପ୍ରା ଓ ନିକ୍‌

By amfnews Dec 15, 2018 #Featued
334 Views

ମୁମ୍ବାଇ, ଡିସେମ୍ବର ୧୫ : ବଲିଉଡର ଲୋକପ୍ରିୟ ନାୟିକା ପ୍ରିୟଙ୍କା ଚୋପ୍ରା ତାଙ୍କର ପ୍ରେମିକ ନିକ୍‌ ଜୋନସ ଯୋଧପୁରରେ ବିବାହ କରିଥିଲେ। ଏହି ବାହାଘର ଉଭୟ ହିନ୍ଦୁ ଓ ଖ୍ରୀଷ୍ଟିଆନ୍‌ ରୀତିରେ ଆୟୋଜିତ ହୋଇଥିଲା। ପ୍ରିୟଙ୍କା ଓ ନିକ ଦିଲ୍ଲୀରେ ଏକ ରିସେପସନ୍‌ ପାର୍ଟି ଦେଇଥିଲେ, ଯେଉଁଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେଇଥିଲେ।

ବିବାହ ପରେ ନିକ୍‌ ଭାରତରେ ପ୍ରାୟ ୧୫ ଦିନ ଯାଏଁ ରହିଥିଲେ। ସେ ଦୁହେଁ ଈଶା ଅମ୍ବାନିଙ୍କ ପ୍ରି ଓ୍ଵଡିଂ ପାର୍ଟି ଓ ବିବାହ ଉତ୍ସବରେ ମଧ୍ୟ ଯୋଗଦେଇଥିଲେ। ତା’ପରେ ଏହି ନବବିବାହିତ ଦଂପତି ଓମାନରେ ହନିମୁନ୍‌ ମନାଇଥିଲେ। ଏବେ ନିକ୍‌ ଜୋନ୍‌ସ ଆମେରିକା ଫେରିଯାଇଛନ୍ତି। ଏଇ ନିକଟରେ ନିକ୍‌ଙ୍କର ଏକ ସାକ୍ଷାତକାର ସମସ୍ତଙ୍କ ସାମ୍ନାକୁ ଆସିଛି। ସେଥିରେ ସେ ସୂଚନା ଦେଇଛନ୍ତି ଯେ ଶୀଘ୍ର ପିତା ହେବା ତାଙ୍କର ସ୍ୱପ୍ନ।

ପ୍ରିୟଙ୍କାଙ୍କୁ ଶିଶୁମାନେ ବହୁତ ଭଲ ଲାଗନ୍ତି। ଏଣୁ ସେ ଆଶାବୀଦ ଯେ ସେ ନିଜର ପିଲାମାନଙ୍କ ସହିତ ସମସ୍ତଙ୍କ ସାମ୍ନାକୁ ଆସିବେ। ପ୍ରିୟଙ୍କା କିଛିଦିନ ତଳେ ଏକ ସାକ୍ଷାତକାରରେ କହିଥିଲେ ଯେ ସେ ଏକାଧିକ ପିଲାଙ୍କର ମାଆ ହେବାକୁ ଚାହାଁନ୍ତି। ଏଠାରେ ସୂଚନାଯୋଗ୍ୟ ଯେ, ପ୍ରିୟଙ୍କା-ନିକ୍‌ ଆଗାମୀ ଡିସେମ୍ବର ୧୯ ଓ ୨୦ ତାରିଖରେ ମୁମ୍ବାଇରେ ଦୁଇଟି ରିସେପସନ୍‌ ପାର୍ଟି ଦେବେ।

By amfnews

Related Post