Thu. Dec 26th, 2024

ପରିବହନ ଶ୍ରମିକ ବିରୋଧି ମୋଟରଯାନ ସଂଶୋଧନ ଆଇନ୍-୨୦୧୭କୁ ପ୍ରତ୍ୟାହାର ଦାବିରେ ସିଆଇଟିୟୁର ବିକ୍ଷୋଭ, ଅଗଷ୍ଟ ୭ ଦେଶବ୍ୟାପି ଧର୍ମଘଟ ପାଇଁ ଆହ୍ୱାନ

rklsanchar@gmail.com' By J.N. Pradhan Jul 26, 2018 #Featured
265 Views

ରାଉରକେଲା : କେନ୍ଦ୍ରରେ କ୍ଷମତାସୀନ ନରେନ୍ଦ୍ର ମୋଦି ସରକାର ଦେଶର ପରିବହନ କ୍ଷେତ୍ରରେ କାମ କରୁଥିବା ପ୍ରାୟ ୧୦ କୋଟି ଶ୍ରମିକଙ୍କୁ କର୍ପୋରେଟ୍ ସଂସ୍ଥା ନିର୍ଦ୍ଦେଶରେ କ୍ରୀତଦାସ କରିଦେବା ପାଇଁ ପାର୍ଲିଆମେଣ୍ଟରେ ମୋଟରଯାନ ସଂଶୋଧନ ଆଇନ୍-୨୦୧୭ ଆଣିଛନ୍ତି । ପୂର୍ବରୁ ଏହା ଲୋକସଭାରେ ଗୃହୀତ ହୋଇଥିବା ବେଳେ ଗତକାଲି କେନ୍ଦ୍ର ସରକାରଙ୍କ ବିଭାଗୀୟ ମନ୍ତ୍ରୀ ରାଜ୍ୟସଭାରେ ଦ୍ୱିତୀୟ ଥର ଉପସ୍ଥାପନ କରିଛନ୍ତି ।

ଏହା ଉପରେ ବିତର୍କ ହୋଇଥିଲେ ମଧ୍ୟ ସରକାର ଏହାକୁ ୧୯୮୮ ମସିହାରେ ଥିବା ମୋଟରଯାନ ଆଇନ୍ରେ ସଂଶୋଧନ କରି ପରିବହନ ଶ୍ରମିକ ଯଥା ଡ୍ରାଇଭର, ହେଲପର, କଣ୍ଡକ୍ଟରମାନଙ୍କୁ ସର୍ବାଧିକ ଜେଲ, ଜୋରିମାନାର ବ୍ୟବସ୍ଥା କରିବାକୁ ଯାଉଛନ୍ତି । ଏହି ସଂଶୋଧନରେ କେବଳ ପରିବହନ ଶ୍ରମିକମାନେ ନୁହେଁ ସାଧାରଣ ଜନତା ମଧ୍ୟ କ୍ଷତିଗ୍ରସ୍ତ ହେବେ । ହେଲ୍ମେଟ୍ ନ ପିନ୍ଧିଲେ ଏକ ଶହ ଟଙ୍କା ଜୋରିମାନା ବଦଳରେ ଏକ ହଜାର ଦେବାକୁ ହେବ । ଚାରିଚକିଆ ଯାନରେ ଚାଳକ ବେଲ୍ଟ ନ ବାନ୍ଧିଲେ ଏକ ହଜାର ତଣ୍ଡ ଗଣିବାକୁ ପଡିବ ।

ଜେଲ୍ ଅବଧି ୩ରୁ ୭ ବର୍ଷ ପାଇଁ ପ୍ରସ୍ତାବ ରହିଥିବା ବେଳେ ପରିବହନ ବ୍ୟବସ୍ଥାକୁ ଆର୍ଟିଓ ଅଫିସ ବଦଳରେ ଘରୋଇ କର୍ପୋରେଟ୍ ସଂସ୍ଥାକୁ ଦିଆଯିବ । ଛୋଟ ମାଲିକ ପରମିଟ୍ ବନ୍ଦ କରି ବଡ ବଡ କର୍ପୋରେଟ୍ ସଂସ୍ଥାମାନଙ୍କ ପରିବହନ କ୍ଷେତ୍ର ଖୋଲି ଦିଆଯିବ । ଏହା ବିରୁଦ୍ଧରେ ଆଜି ସୁନ୍ଦରଗଡ ମୋଟର କର୍ମଚାରୀ ସଂଘ, ରାଉରକେଲା ମିନିବସ୍ ଆସୋସିଏସନ (ସିଆଇଟିୟୁ) ପକ୍ଷରୁ ନୂଆ ବସ୍ଷ୍ଟାଣ୍ଡ ଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ଏହି ବିକ୍ଷୋଭରେ ସଂଘ ଉପଦେଷ୍ଟା ରାଜକିଶୋର ପ୍ରଧାନ, ସମ୍ପାଦକ ଅକ୍ଷୟ ମହାନ୍ତ, ବଜରଙ୍ଗୀ ଚୌଧୁରୀ, ରାଜୀବ କରଣ, ଓସ୍କାର କୁଜୁର, ସୁଶାନ୍ତ ମହାପାତ୍ର, ଶରତ ମହାନ୍ତ, ରାଜ କୁମାର ହେମ୍ବ୍ରମ, ପ୍ରଶାନ୍ତ ବେହେରା ପ୍ରମୁଖ ସାମିଲ୍ ଥିଲେ ।

Related Post