Fri. Mar 6th, 2026

ପରିବହନ ଶ୍ରମିକଙ୍କ ପକ୍ଷରୁ କେରଳ ବନ୍ୟା ବିପନ୍ନଙ୍କୁ ସହାୟତା ପାଇଁ ରିଲିଫ୍ ସଂଗ୍ରହ ଅଭିଯାନ

659 Views

ରାଉରକେଲା, ୧ ।୯ (): କେରଳରେ ପ୍ରଳୟଙ୍କରୀ ବନ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ଲକ୍ଷ ଲକ୍ଷ ଜନସାଧାରଣ ଏବେମଧ୍ୟ ଶହ ରିଲିଫ୍ କ୍ୟାମ୍ପରେ ରହିଥିବା ବେଳେ କେରଳ ସରକାର ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳରେ ପୁନର୍ଗଠନ କାମ ଜୋରଦାର ଚଳାଇଛନ୍ତି । ଏହି ପରିପ୍ରେକ୍ଷୀରେ ଓଡିଶା ପରିବହନ ଶ୍ରମିକ ଫେଡେରେସନ ଡାକରାରେ ଆଜି ସୁନ୍ଦରଗଡ ମୋଟର କର୍ମଚାରୀ ସଂଘ ଓ ରାଉରକେଲା ମିନିବସ୍ ଆସୋସିଏସନ (ସିଆଇଟିୟୁ) ପକ୍ଷରୁ କେରଳ ବନ୍ୟା ଦୁର୍ଗତଙ୍କ ସାହାଯ୍ୟ ପାଇଁ ରାଉରକେଲା ନୂଆ ବସ୍ ଷ୍ଟାଣ୍ଡ ଠାରେ ସମସ୍ତ ପରିବହନ ଶ୍ରମିକ, କର୍ମଚାରୀମାନଙ୍କ ଠାରୁ ରିଲିଫ୍ ସଂଗ୍ରହ କରାଯାଇଛି ।

ସଂଗୃହୀତ ହୋଇଥିବା ଅର୍ଥ ଫେଡେରେସନ ମାଧ୍ୟମରେ କେରଳ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ପ୍ରଦାନ କରାଯିବ । ଏହି ରିଲିଫ୍ ସଂଗ୍ରହ ଅଭିଯାନରେ ସୁନ୍ଦରଗଡ ମୋଟର କର୍ମଚାରୀ ସଂଘ ଓ ରାଉରକେଲା ମିନିବସ୍ ଆସୋସିଏସନ (ସିଆଇଟିୟୁ) ଉପଦେଷ୍ଟା ତଥା ଆଇନ୍ଜୀବୀ ରାଜ କିଶୋର ପ୍ରଧାନ, ପରିବହନ ଶ୍ରମିକମାନଙ୍କ ନେତା ଅକ୍ଷୟ ମହାନ୍ତ, ଜୁବେର ଖାଁ, ପ୍ରାଣବନ୍ଧୁ ଦାଶ, ବଡରଙ୍ଗୀ ଚୌଧୁରୀ, ଅରୁଣ ମହାରଣା, ମୋହନ ପାତ୍ର, ଲୋକୁ ଖାଡିଆ, ସାମୁ ପ୍ରଧାନ, ଅମୀତ ସିନେ୍ଧ, ବାଞ୍ଛା ମହାରଣା ପ୍ରମୁଖ ସାମିଲ୍ ଥିଲେ ।

By amfnews

Related Post