Fri. Mar 6th, 2026

ପରିବହନ, ବିଦ୍ୟୁତ୍ ଶ୍ରମିକଙ୍କ ଉପରେ ଏସ୍ମା ପ୍ରତ୍ୟାହାର ଦାବିରେ ସିଆଇଟିୟୁ ପକ୍ଷରୁ ବିଶ୍ରା ଛକଠାରେ ରାସ୍ତାରୋକ : ଅଗଷ୍ଟ ୭ ପରିବହନ ଶ୍ରମିକଙ୍କ ସର୍ବଭାରତୀୟ ଧର୍ମଘଟକୁ ସଫଳ କରିବା ପାଇଁ ସିଆଇଟିୟୁର ଆହ୍ୱାନ

306 Views

ରାଉରକେଲା, ୨୯/୭ : ରାଜ୍ୟ ସରକାର ପରିବହନ ଓ ବିଦ୍ୟୁତ୍ କ୍ଷେତ୍ରରେ କାମ କରୁଥିବା ଲକ୍ଷ ଲକ୍ଷ ଶ୍ରମିକ କର୍ମଚାରୀମାନଙ୍କ ସାମ୍ବିଧାନିକ ଓ ଗଣତାନ୍ତ୍ରିକ ଅଧିକାର ଉପରେ ଆକ୍ରମଣ କରିବାକୁ ଯାଇ କଳା ଏସ୍ମା ଆଇନ୍ ଲାଗୁ ପାଇଁ ଯେଉଁ ନିଷ୍ପତ୍ତି ନେଇଛନ୍ତି ତାହା ବିରୁଦ୍ଧରେ ଏବଂ କେନ୍ଦ୍ରର ନରେନ୍ଦ୍ର ମୋଦି ସରକାର ଦେଶର ୧୦ କୋଟି ପରିବହନ ଶ୍ରମିକଙ୍କୁ କ୍ରୀତଦାସ କରିବା ପାଇଁ ପାର୍ଲିଆମେଣ୍ଟରେ ମୋଟରଯାନ ସଂଶୋଧନ ବିଲକୁ ପାସ୍ କରିଛନ୍ତି ।

ଏହାର ପ୍ରତିବାଦରେ ଆଜି ସିଆଇଟିୟୁ ଜିଲା କମିଟି ପକ୍ଷରୁ ପରିବହନ, ବିଦ୍ୟୁତ୍ ଶ୍ରମିକ କର୍ମଚାରୀମାନଙ୍କ ବିକ୍ଷୋଭ ଏବଂ ଘଣ୍ଟିକିଆ ରାସ୍ତାରୋକ କାର୍ଯ୍ୟକ୍ରମ ସ୍ଥାନୀୟ ବିଶ୍ରା ଛକଠାରେ ଅନୁଷ୍ଠିତ ହୋଇଯାଇଛି । ସୁନ୍ଦରଗଡ ମୋଟର କର୍ମଚାରୀ ସଂଘ, ରାଉରକେଲା ମିନିବସ୍ ଆସୋସିଏସନ, ସୁନ୍ଦରଗଡ ଅଟୋ କର୍ମଚାରୀ ୟୁନିୟନ, ଓଡିଶା ଇଲେକ୍ଟ୍ରିସିଟି ବୋର୍ଡ ଏମ୍ପ୍ଲଇଜ ୟୁନିୟନ ପକ୍ଷରୁ ରାଉରକେଲା ନୂଆ ବସ୍ ଷ୍ଟାଣ୍ଡ ଠାରୁ ଏକ ବିଶାଳ ଶୋଭାଯାତ୍ରା ବାହାରି ବିଶ୍ରା ଛକଠାରେ ବିକ୍ଷୋଭ ପ୍ରଦର୍ଶନ ଓ ରାସ୍ତାରୋକ ଆନ୍ଦୋଳନ କରାଯାଇଥିଲା ।

ସିଆଇଟିୟୁ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ରାଜ୍ୟ ସାଧାରଣ ସମ୍ପାଦକ ବିଷ୍ଣୁ ମହାନ୍ତିଙ୍କ ନେତୃତ୍ୱରେ ଏହି ଆନ୍ଦୋଳନରେ ଜାହାଙ୍ଗୀର ଅଲ୍ଲୀ, ଶ୍ରୀମନ୍ତ ବେହେରା, ରାଜକିଶୋର ପ୍ରଧାନ, ବି.ପି. ମହାପାତ୍ର, ଅଜୟ ଶର୍ମା, ସୁରେନ୍ଦ୍ର ଦାଶ, ଅରିନ୍ଦମ ଦତ୍ତ, ପରିବହନ ଶ୍ରମିକ ନେତା ଅକ୍ଷୟ ମହାନ୍ତ, ଜୁବେର ଖାଁ, ଅରୁଣ ମହାରଣା, ବାସୁଦେବ ଚତୁର୍ବେଦୀ, ଅବଦୁଲ ଭୋଳ, ମହମ୍ମଦ ତଲତ, ବିଦ୍ୟୁତ୍ ଶ୍ରମିକମାନଙ୍କ ସଭାପତି ରଜନୀକାନ୍ତ ଆଚାର୍ଯ୍ୟ, ସନ୍ତୋଷ ସାହୁ, ମନୋଜ ମହାନ୍ତି, କ୍ଷୀତିଶ ବିଶ୍ୱାଳ, ତନ୍ମୟ ବିଶ୍ୱାଳ, ନବ ପଟ୍ଟନାୟକ, ସିଆଇଟିୟୁ ଜିଲା କମିଟି ପକ୍ଷରୁ ସୁରେନ୍ଦ୍ର ମହାନ୍ତି, ନୃସିଂହ ନାରାୟଣ ପାଣିଗ୍ରାହୀ, ପ୍ରଭାତ ମହାନ୍ତି, ବିଶ୍ୱଜିତ ମାଝି, ବିଜୟ ବେଉରିଆ, କିଶୋର ତନ୍ତୀ, ଲକ୍ଷ୍ମୀଧର ନାୟକ, ହୃଦୟାନନ୍ଦ ଯାଦବ, ଶକୁନ୍ତଳା ମହାକୁଡ, କାହ୍ନୁ ସୂତାର, ଅଲେଖ ସାହାଣୀ, ପ୍ରଫୁଲ୍ଲ ପଢିଆରୀ, ପି.ଏଲ୍. ମିଶ୍ର, ପ୍ରସନ୍ନ ମହାପାତ୍ର, କବି ପ୍ରଧାନଙ୍କ ସମେତ ୫ଶହରୁ ଊଦ୍ଧ୍ୱର୍ ପରିବହନ, ବିଦ୍ୟୁତ୍ କର୍ମଚାରୀ ଏହି ରାସ୍ତାରୋକ ଓ ବିକ୍ଷୋଭରେ ସାମିଲ୍ ହୋଇଥିଲେ ।

ଅନୁରୂପ ଭାବରେ ବଣେଇ ବିଧାୟକ ଲକ୍ଷ୍ମଣ ମୁଣ୍ଡା, ପ୍ରମୋଦ ସାମଲ, ପ୍ରଭାତ ପଣ୍ଡା ଓ କୃଷ୍ଣ ବାରିକ ପ୍ରମୁଖଙ୍କ ନେତୃତ୍ୱରେ କୋଇଡା ଠାରେ ରାସ୍ତାରୋକ କରାଯିବା ଦ୍ୱାର ଶହ ଶହ ଗାଡି ରାସ୍ତାରେ ଛିଡାହୋଇ ରହିଥିଲା । ଓଡିଶାର ପ୍ରାୟ ଶତାଧିକ ସ୍ଥାନରେ ଏହି ରାସ୍ତାରୋକ ଓ ବିକ୍ଷୋଭ କାର୍ଯ୍ୟକ୍ରମ ସଙ୍ଗଠିତ ହୋଇଥିବା ବେଳେ ଆଗାମୀ ଅଗଷ୍ଟ ୭ ତାରିଖ ପରିବହନ ଶ୍ରମିକଙ୍କ ସର୍ବଭାରତୀୟ ଧର୍ମଘଟକୁ ସଫଳ କରିବାକୁ ସିଆଇଟିୟୁ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ମହାନ୍ତି ଆହ୍ୱାନ ଦେଇଛନ୍ତି ।

Related Post