Sun. Mar 8th, 2026

ପରାଜୟରେ ତାଳି ପକାଇବାକୁ ବିଜେପିର ପୋଷ୍ଟର!

223 Views

ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭା ନିର୍ବାଚନରେ ବିଜେପି ପୁଣିଥରେ ହାରିବ ବୋଲି ଭୋଟ ଗଣତି ଟ୍ରେଣ୍ଡରୁ ସ୍ପଷ୍ଟ ହୋଇଛି। ଅର୍ଥାତ ଆପ୍‌ ଦିଲ୍ଲୀରେ ତୃତୀୟ ଥର କ୍ଷମତା ଦଖଲ କରିବ। ଭୋଟ ଗଣତି ପୂର୍ବରୁ ବିଜୟ ନେଇ ଦମ୍ଭୋକ୍ତି କରୁଥିବା ବିଜେପି ଏବେ ଏଥିରେ ତାଳି ପକାଇବାକୁ ଉଦ୍ୟମ କରୁଥିବା ଚର୍ଚ୍ଚା ହେଉଛି।

ଏଥିପାଇଁ ଦଳ ମଧ୍ୟ ଏକ ପୋଷ୍ଟର ମାରିଛି। ବିଜେପିର ଦିଲ୍ଲୀ ଅଫିସରେ ଆଜି ସକାଳୁ ଏକ ପୋଷ୍ଟର ମରାଯାଇଛି। ଯେଉଁଥିରେ ଅମିତ ଶାହଙ୍କ ବଡ଼ ଫଟୋ ରହିଛି। ଏହି ଫୋଟ କଡ଼ରେ ହିନ୍ଦୀରେ ବିଜେପି ପକ୍ଷରୁ କିଛି ବାର୍ତ୍ତା ଦିଆଯାଇଛି। ଏଥିରେ ଲେଖାଯାଇଛି ଯେ “ଆମେ ଜିତିଲେ କେବେ ହେଲେ ଅହଂକାରୀ ହେଉନାହୁଁ କିମ୍ବା ପରାସ୍ତ କେବେ ହେଲେ ଆମକୁ ନିରାଶ କରେ ନାହିଁ।” ଏହାର ଅର୍ଥ ବିଜେପି ମଧ୍ୟ ପରୋକ୍ଷରେ ପରାଜୟ ସ୍ୱୀକାର କରି ସାରିଛି।

ଅମିତ ଶାହ ଦିଲ୍ଲୀ ପ୍ରଚାର ବେଳେ ବିଜେପିର ମଙ୍ଗ ସମ୍ଭାଳିଥିଲେ। ସେ ଏକାଧିକ ଶୋଭାଯାତ୍ରା କରି ଭୋଟରଙ୍କୁ ନିଜ ଆଡ଼କୁ ଆଣିବାକୁ ଚେଷ୍ଟା କରିଥିଲେ। ହେଲେ ଭୋଟ ଗଣତି ବେଳେ ଏସବୁ କାମ ଦେଉ ନଥିବା ଧୀରେ ଧୀରେ ସ୍ପଷ୍ଟ ହେବାରେ ଲାଗିଛି।

By amfnews

Related Post