Mon. May 19th, 2025

ପରଲୋକରେ ସୁଷମା ସ୍ୱରାଜ

By amfnews Aug 7, 2019 #Featured
123 Views

ନୂଆଦିଲ୍ଲୀ: ବରିଷ୍ଠ ବିଜେପି ନେତ୍ରୀ ତଥା ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କର ଦିଲ୍ଲୀ ଏମ୍ସଠାରେ ପରଲୋକ ହୋଇଯାଇଛି। ଆଜି ସନ୍ଧ୍ୟାରେ ହାର୍ଟ ଆଟାକ୍‌ ପରେ ତାଙ୍କୁ ଏମ୍ସ ହସ୍ପିଟାଲ ନିଆଯାଇଥିଲା। ୫ ଜଣ ଡାକ୍ତର ତାଙ୍କ ଚିକିତ୍ସାରେ ନିୟୋଜିତ ହୋଇଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ହୋଇଥିଲା।

ଖବର ପାଇ ବିଜେପି ନେତା କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ଏବଂ ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ଏମ୍ସରେ ପହଞ୍ଚିଥିଲେ। ଅନ୍ୟମାନେ ମଧ୍ୟ ବର୍ତ୍ତମାନ ପହଞ୍ଚିବାକୁ ଆରମ୍ଭ କରିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୁଷମାଙ୍କ ଅକାଳ ବିୟୋଗରେ ଗଭୀର ଶୋକ ପ୍ରକାଶ କରି କହିଛନ୍ତି ସୁଷମାଙ୍କ ନିଧନ ତାଙ୍କ ପାଇଁ ଏକ ବ୍ୟକ୍ତିଗତ କ୍ଷତି। ସୁଷମାଙ୍କୁ ହୃଦଘାତ ହେବା ପୂର୍ବରୁ ସେ କଶ୍ମୀର ମାମଲାରେ ନେଇଥିବା ପଦକ୍ଷେପ ପାଇଁ ମୋଦିଙ୍କୁ ବଧାଇ ଜଣାଇଥିଲେ ଓ କହିଥିଲେ ସେ ଏହି ଐତହାସିକ ମୁହୂର୍ତ୍ତ ପାଇଁ ଅପେକ୍ଷା କରିଥିଲେ।ମୋଦି ସରକାରରେ ବୈଦେଶିକ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇ ଥିବା ସୁଷମା ତାଙ୍କ କାର୍ଯ୍ୟ ପାଇଁ ଭାରତୀୟ ଏବଂ ପ୍ରବାସୀ ଭାରତୀୟଙ୍କ ମଧ୍ୟରେ ଖୁବ୍ ଲୋକପ୍ରିୟତା ହାସଲ କରିଥିଲେ । କଂଗ୍ରେସ ପକ୍ଷରୁ ଏହି ମହାନ ନେତ୍ରୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇ କୁହାଯାଇଛି, ଆମେ ସୁଷମା ସ୍ୱରାଜଙ୍କ ବିୟୋଗରେ ଶୋକ ପ୍ରକାଶ କରୁଛୁ। ଆମେ ତାଙ୍କ ପରିବାର ଏବଂ ବନ୍ଧୁବର୍ଗଙ୍କ ପ୍ରତି ସମବେଦନା ଜଣାଉଛୁ।

୧୯୫୩ ଫେବୃୟାରୀ ୧୪ ରେ, ସୁଷମା ସ୍ୱରାଜ ହରିୟାଣା ସ୍ଥିତ ଅମ୍ବାଲା କାନ୍ତ ଗ୍ରାମରେ ଶ୍ରୀମତୀ ଲଷ୍ମୀଦେବୀ ଓ ହରଦେବ ଶର୍ମାଙ୍କ ଘରେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କ ପିତା ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ଜଣେ ବିଶିଷ୍ଠ ସଦସ୍ୟ ଥିଲେ। ତାଙ୍କ ପିତାମାତା ପାକିସ୍ତାନ,ଲାହୋର ସ୍ଥିତ ଧର୍ମପୁର ସ୍ଥାନର ବାସିନ୍ଧା ଥିଲେ। ସେ ଅମ୍ବାଲା ସ୍ଥିତ ସନ୍ତାନ ମହାବିଦ୍ୟାଳୟରେ ପଢୁଥିଲେ।ସେ ସେଠାରେ ସଂସ୍କୃତ ଓ ରାଜନୀତି ବିଜ୍ଞାନରେ ସ୍ନାତକ ଡିଗ୍ରୀ ଲାଭ କରିଥିଲେ।

ଇନ୍ଦିରାଗାନ୍ଧୀଙ୍କ ପରେ ସ୍ୱରାଜ ହେଉଛନ୍ତି ଦ୍ୱିତୀୟ ମହିଳା ଯିଏକି ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ରୂପେ ଦାୟିତ୍ୱ ନେଇଛନ୍ତି। ସେ ଭାରତୀୟ ଜନତା ପାର୍ଟିର ଏକ ଦଳୀୟ ନେତା ମଧ୍ୟ। ସେ ୭ ଥର ସଂସଦର ସଭ୍ୟ ହିସାବରେ ଏବଂ ତିନି ଥର ଆଇନ୍ ପ୍ରଣୟନ ସଭାର ସଦସ୍ୟ ଭାବେ ବଛା ହୋଇଛନ୍ତି।

ସୁଷମା୨୫ ବର୍ଷରେ ୧୯୯୭ ମସିହାରେ ହରିୟାଣାର ସବୁଠୁ କନିଷ୍ଠ କ୍ୟାବିନେଟ ମନ୍ତ୍ରୀ ହିସାବରେ ଯୋଗଦାନ ଦେଇଥିଲେ। ସେ ଏକ ସଂକ୍ଷିପ୍ତ ସମୟ ପାଇଁ ଦିଲ୍ଲୀର ପଞ୍ଚମ ମୁଖ୍ୟମନ୍ତ୍ରୀ ପଦବୀରେ ଥିଲେ। ୨୦୧୪ ମସିହାରେ ସେ ଇଣ୍ଡିଆନ ଜେନେରାଲ ଇଲେକ୍ସନରେ, ଦ୍ୱିତୀୟ ଥର ପାଇଁ vidisha ନିର୍ବାଚନ ମଣ୍ଡଳୀରେ ମଧ୍ୟପ୍ରଦେଶରେ ଜିତିଥିଲେ।

By amfnews

Related Post