Sat. Mar 7th, 2026
292 Views

କଟକ: ବିପ୍ଲବୀ କବି ଭାବେ ପରିଚିତ ରବି ସିଂଙ୍କର ଆଜି ସକାଳେ ପରଲୋକ ଘଟିଛି। ସେ କଟକର ଖପୁରିଆ ନିକଟସ୍ଥ ଲେବର୍ କଲୋନିରେ ଥିବା ବାସଭବନରେ ଶେଷ ନିଃଶ୍ବାସ ତ୍ୟାଗ କରିଥିବା ପୁଅ ଚନ୍ଦ୍ରଜିତ୍ ସିଂ ସୂଚନା ଦେଇଛନ୍ତି। ମୃତ୍ୟୁ ବେଳକୁ ରବି ସିଂଙ୍କୁ ୮୮ ବର୍ଷ ହୋଇଥିଲା।

ପୁଅ ଚନ୍ଦ୍ରଜିତ୍ ସିଂଙ୍କ ସୂଚନା ଅନୁଯାୟୀ ଦୀର୍ଘ ଦିନ ଧରି ଅସୁସ୍ଥ ଥିବା ରବି ସିଂଙ୍କୁ ୫ ଦିନଧରି କଟକର ଏସ୍ ସିବିରେ ଚିକିତ୍ସିତ କରାଯିବାପରେ ତିନି ଦିନ ତଳେ ଘରକୁ ଅଣାଯାଇଥିଲା। ଆଜି ସକାଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ରବି ସିଂ ୧୯୬୧ ମସିହାରେ ଓଡ଼ିଶା ସାହିତ୍ୟ ଏକାଡେମି ପୁରସ୍କାର ଏବଂ ୨୦୧୭ରେ ଅତିବଡ଼ୀ ଜଗନ୍ନାଥ ଦାସ ଭଳି ପୁରସ୍କାର ଲାଭ କରିଥିଲେ। ତାଙ୍କ ବିୟୋଗରେ ସାହିତ୍ୟିକ ମହଲରେ ଶୋକର ଛାୟା ଖେଳିଯାଇଛି। ତାଙ୍କର ଇଚ୍ଛା ଅନୁଯାୟୀ, ରବି ସିଂଙ୍କର ଅନ୍ତିମ ସଂସ୍କାର କଟକର ସତୀଚଉରାଠାରେ କରାଯିବ ବୋଲି ଜଣାଯାଇଛି।

ତାଙ୍କ ବିୟୋଗରେ ଖ୍ୟାତନାମା କବି ପଦ୍ମଶ୍ରୀ ଜୟନ୍ତ ମହାପାତ୍ର, ଡକ୍ଟର ବିଜୟାନନ୍ଦ ସିଂହ, ଅମରେଶ ପଟ୍ଟନାୟକ, ଡକ୍ଟର ଗୋବିନ୍ଦ ଭୂୟାଁ ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି।

By amfnews

Related Post