Sun. Mar 8th, 2026

ପରଲୋକରେ ଜଣାଶୁଣା ଚରିତ୍ର ଅଭିନେତା ମହେଶ ଆନନ୍ଦ

280 Views

ମୁମ୍ବାଇ: ବଲିଉଡର ଜଣାଶୁଣା ଚରିତ୍ର ଅଭିନେତା ମହେଶ ଆନନ୍ଦଙ୍କର ଶନିବାର ଦିନ ସକାଳେ ନିଜର ମୁମ୍ବାଇ ସ୍ଥିତ ବାସଭବନରେ ମୃତ୍ୟୁ ଘଟିଥିବା ଜଣାଯାଇଛି। ମୃତ୍ୟୁ ବେଳକୁ ମହେଶଙ୍କ ବୟସ ୫୭ ବର୍ଷ ବୟସ ହୋଇଥିଲା। ନବେ ଦଶକରେ ସେ ଖଳନାୟକ ଭୂମିକାରେ ଅଭିନୟ କରି ଚର୍ଚ୍ଚିତ ହୋଇଥିଲେ। ମହେଶ ଆନନ୍ଦଙ୍କର କେତୋଟି ଉଲ୍ଲେଖନୀୟ ସିନେମା ହେଲା କୁରୁକ୍ଷେତ୍ର, କୁଲି ନଂ-୧, ବିଜେତା, ଶେହନ୍‌ଶାହ ଆଦି। ସେ ଅମିତାଭ ବଚ୍ଚନ, ସଂଜୟ ଦତ୍ତ, ଗୋବିନ୍ଦା ଓ ସନ୍ନି ଦେଓଲଙ୍କ ଭଳି ଲୋକପ୍ରିୟ ଅଭିନେତାଙ୍କ ସହିତ କାମ କରିବାର ସୁଯୋଗ ପାଇଥିଲେ। ତାଙ୍କ ଅଭିନୀତ ତଥା ମୁକ୍ତିପ୍ରାପ୍ତ ଶେଷ ସିନେମା ହେଲା ‘ରଙ୍ଗିଲା ରାଜା’। ଏଥିରେ ଗୋବିନ୍ଦାଙ୍କ ସହ ମହେଶ ଆନନ୍ଦଙ୍କୁ ଦେଖିବାକୁ ମିଳିଥିଲା। ଏହି ଫିଲ୍ମ ଗତ ଜାନୁଆରି ୧୮ ତାରିଖରେ ରିଲିଜ୍‌ ହୋଇଥିଲା। ପୁଲିସର କହିବା ଅନୁଯାୟୀ ସେ ଅନେକ ଦିନ ହେବ ନିଃସଙ୍ଗ ଜୀବନ ବିତାଉଥିଲେ,ତାଙ୍କ ପାଖରେ କାମ ନଥିଲା।ତାଙ୍କ ବିୟୋଗରେ ବଲିଉଡରେ ଶୋକର ଛାୟା ଖେଳିଯାଇଛି ।

By amfnews

Related Post