Sat. Mar 7th, 2026

ପରବିନ୍ଦରଙ୍କୁ ଆକ୍ରମଣ ଘଟଣାରେ ଏମିତି ଚିନ୍ତାପ୍ରକଟ କଲେ ପୂର୍ବତନ ଡିଜି

255 Views

ଭୁବନେଶ୍ୱର  :   ଉଦ୍‌ବେଗ ପ୍ରକାଶ କଲେ ପୂର୍ବତନ ଡିଜି। ପରବିନ୍ଦର ପାଲ ସିଂହଙ୍କୁ ଆକ୍ରମଣ ଘଟଣାରେ ପୂର୍ବତନ ଡିଜି ପ୍ରକାଶ ମିଶ୍ର ଚିନ୍ତାପ୍ରକଟ କରିଛନ୍ତି। ଏନେଇ ସେ ଟୁଇଟ୍‌ କରି ଲେଖିଛନ୍ତି ଯେ, ପୁଲିସ ଚାପରେ ନ ରହୁ। ପରବିନ୍ଦର ସିଂହ ଘଟଣା ଧୀରେ ଧୀରେ ରହସ୍ୟମୟ ହେବାରେ ଲାଗିଛି।

ଆଶା କରୁଛି ପୁଲିସ ଚାପରେ ନ ଆସି ଘଟଣାର ନିରପେକ୍ଷ ତଦନ୍ତ କରୁ ବୋଲି ସେ ଲେଖିଛନ୍ତି। ସେପଟେ ପରବିନ୍ଦର ପାଲ ସିଂହଙ୍କୁ ଆକ୍ରମଣ ଘଟଣା ପ୍ରତିବାଦରେ ତେଜୁଛି ସ୍ୱର। ଭୁବନେଶ୍ୱରରେ ବସବାସ କରୁଥିବା ଶିଖ୍ ସଂପ୍ରଦାୟର ଲୋକେ କ୍ୟାଣ୍ଡେଲ୍ ରାଲି କରିଛନ୍ତି। ଗୁରୁଦ୍ୱାରରୁ ଶିଖ୍ ସମ୍ପ୍ରଦାୟ ପକ୍ଷରୁ କ୍ୟାଣ୍ଡେଲ ରାଲି କରାଯାଇଛି। ଅଭିଯୁକ୍ତଙ୍କ ବିରୋଧରେ କୋହଳ ଦଫାକୁ ବିରୋଧ କରି ଏହି ରାଲି କରିଛନ୍ତି ଶିଖ୍ ସଂପ୍ରଦାୟର ମହିଳା ଓ ପୁରୁଷ । ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୁକ୍ତ ମାନଙ୍କ ବିରୋଧରେ କୋହଳ ଦଫା ନଲଗାଇ ୩୦୭ ଦଫା ଲଗାଯାଉ ବୋଲି ଦାବି କରାଯାଇଛି। ଅନ୍ୟପଟେ ଏହି ମାମଲାରେ ଚାର୍ଜସିଟ ଦାଖଲ କରିଛି କମିଶନରେଟ୍ ପୁଲିସ।

Prakash Mishra@PrakashMishra_1

ପରବିନ୍ଦର୍ ପାଲ ସିଂହ ଘଟଣା ଧିରେ ଧିରେ ଅଧିକ ରହସ୍ୟମୟ ହେବାରେ ଲାଗିଛି l
ଆଶାକରୁଛି ଯେ ପୁଲିସ ଚାପରେ ନ ଆସି, ଏହି ଘଟଣାକୁ ନିରପେକ୍ଷ ଭାବେ ତଦନ୍ତ କରି ସାଧାରଣ ଲୋକଙ୍କ ମନରେ ସ୍ରୁଷ୍ଟି ହୋଇଥିବା ଆଶଙ୍କାକୁ ଶୀଘ୍ର ଦୂର କରନ୍ତୁ l

ବିଜେଡିର ପୂର୍ବତନ କର୍ପୋରେଟରଙ୍କ ପୁତୁରା ଦୀପକ ଜେନାଙ୍କ ସହ ୨ ସହଯୋଗୀ ଶଙ୍କର ରାଉତ ଓ ଦୀପକ ମହାନ୍ତି ନାଁରେ ଚାର୍ଜସିଟ ଦାଖଲ କରିଛ କମିଶନରେଟ୍ ପୁଲିସ।  ତିନିଦିନ ଭିତରେ ତିନି ଜଣ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ ହୋଇଛି। ସିସିଟିଭି ଫୁଟେଜ, ମେଡିକାଲ ରିପୋର୍ଟ ଓ ସାକ୍ଷୀଙ୍କ ବୟାନ ଆଧାରରେ ହୋଇଛି ଚାର୍ଜସିଟ।

By amfnews

Related Post