Tue. Jun 17th, 2025

ପରକୀୟ ପ୍ରୀତି ପାଇଁ ସ୍ୱାମୀଙ୍କୁ ସୁପାରି ଦେଇ ହତ୍ୟା କଲେ ସ୍ତ୍ରୀ

By amfnews Jan 22, 2019 #Featured
168 Views

ଗୁରୁଗ୍ରାମ, ଜାନୁଆରୀ ୨୨: ଜଣେ ୨୪ ବର୍ଷୀୟା ମହିଳା ଗତ ଗୁରୁବାର ଦିନ ଥାନାରେ ନିଜର ସ୍ୱାମୀ ନିରୁଦ୍ଦିଷ୍ଟ ହୋଇଥିବା ନେଇ ଏତଲା ଦେଇଥିଲେ। ଚାରିଦିନ ପରେ ସ୍ୱାମୀଙ୍କୁ ହତ୍ୟା କରିଥିବା ଅଭିଯୋଗରେ  ଉକ୍ତ ମହିଳାଙ୍କଚ ପୁଲିସ ଗିରଫ କରିଛି। ୩୬ ବର୍ଷୀୟ ଟାକ୍ସି ଚାଳକ ଯୋଗେନ୍ଦରଙ୍କ ହତ୍ୟା ଅଭିଯୋଗରେ ଅଭିଯୋଗକାରିଣୀ ସୁଇଟିଙ୍କ ସମେତ ଛଅଜଣଙ୍କୁ ପୁଲିସ ଗିରଫ କରିଛି। ଗିରଫ ହେବା ପରେ ସୁଇଟି ସ୍ୱୀକାର କରିଛନ୍ତି ଯେ, ଜଣେ ମହିଳାଙ୍କ ସହ ସ୍ୱାମୀ ଯୋଗେନ୍ଦରଙ୍କର ଅନୈତିକ ସଂପର୍କ ଥିବାର ସେ ସନ୍ଦେହ କରୁଥିଲେ। ଯୋଗେନ୍ଦର ନିଜର ସବୁ ସଂପତ୍ତି ସେହି ମହିଳାଙ୍କୁ ଦେଇ ଦେବେ ବୋଲି କହୁଥିଲେ। ଏଣୁ ସୁଇଟି ସ୍ୱାମୀ ଯୋଗେନ୍ଦରଙ୍କୁ ମାରିବା ଲାଗି ୧୬ ଲକ୍ଷ ଟଙ୍କାର କଣ୍ଟ୍ରାକ୍ଟ ଦେଇଥିଲେ କମଲେଶଙ୍କୁ। ଏହାପରେ ଯୋଜନାବଦ୍ଧଭାବେ ଯୋଗେନ୍ଦରଙ୍କୁ ହତ୍ୟା କରାଯାଇଥିଲା।

ପୁଲିସ ଅନ୍ୟ ଯେଉଁ ଅଭିଯୁକ୍ତମାନଙ୍କୁ ମାନଙ୍କୁ ଗିରଫ କରିଛି,ସେମାନେ ହେଲେ କହ୍ନେୟା ଓରଫ କହ୍ନି,ତା’ର ସ୍ତ୍ରୀ କମଲେଶ,ସେମାନଙ୍କ ଭଣଜା ଜାଗେରାମ୍‌,ପୁତୁରା,ବିକାଶ ଓ ଅନ୍ୟ ଦୁଇ ଜଣ ପ୍ରତାପ ଓ ଯୋଗେଶ। ଯୋଗେନ୍ଦରର ଭାଇ ସୁଇଟି ଉପରେ ସନ୍ଦେହ କରିବା ପରେ ପୁଲିସ ଏହି ହତ୍ୟାକାଣ୍ଡର ପର୍ଦ୍ଦାଫାସ ଲାଗି ସୁଇଟିଙ୍କୁ ଥାନାକୁ ଡାକି ପଚରାଉଚୁରା କରିବା ପରେ ସେ ଦୋଷ ସ୍ୱୀକାର କରିଥିଲେ।

By amfnews

Related Post