Wed. Mar 11th, 2026

ପରକୀୟ ପ୍ରୀତିରୁ ଯୁବକଙ୍କୁ ହତ୍ୟା

214 Views

ମାଲକାନଗିରି, ଜାନୁଆରୀ ୧୭ : ପତ୍ନୀଙ୍କ ସହିତ ପରକୀୟ ପ୍ରତି ସନ୍ଦେହରେ ଜଣେ ଯୁବକ ଅନ୍ୟ ଜଣେ ଯୁବକଙ୍କୁ ଛୁରି ଭୁଶି ହତ୍ୟା କରିଛନ୍ତି। ପୁଲିସ ମୃତଦେହ ଜବତ କରି ଘଟଣାର ରଦନ୍ତ ଆରମ୍ଭ କରିଛି।

ପୁଲିସ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ଏମପିଭି-୪ ଗାଁର ନିରଞ୍ଜନ ସରଦାର ଓ ସେହି ଗ୍ରାମର ସମୀର ବୈରାଗୀଙ୍କ ମଧ୍ୟରେ ଗତ କିଛି ଦିନ ହେବ ପାଟିତୁଣ୍ଡ ଲାଗି ରହିଥଇଳ।ସମୀରଙ୍କ ପତନୀଙ୍କ ସହିତ ନିରଞ୍ଜନଙ୍କର ପରକ୍ର ପ୍ରିତି ଥିଲା ବୋଲି ସମୀର ଅଭିଯୋଗ କରୁଥିଲେ। ଏପରିକି ତାଙ୍କ ପତ୍ନୀଙ୍କ ସହିତ ମିଳାମିଶା ନ କରିବାକୁ ସମୀର ନିରଞ୍ଜନଙ୍କୁ ପୂର୍ବରୁ ଚେତାବନୀ ଦେଇଥିେ।ଳ ଏହ ସତ୍ତ୍ୱେ ନିରଞ୍ଜନ ସମୀରଙ୍କ ଚେତାବନୀକୁ ଗୁରୁତ୍ୱ ଦେଇନ ଥିଲେ। ଗତକାଲି ରାତିରେ ଏହାକୁ ନେଇ ଉଭୟଙ୍କ ମଧ୍ୟରେ ପୁଣି ଥରେ ପାଟିତୁଣ୍ଡ ହୋଇଥିଲା।

ପରେ ନିରଞ୍ଜନ ଭେଜଙ୍ଗିଗୁଆ ଯାତ୍ରା ଦେଖିବାକୁ ଯାଉଥିବା ବେଳେ ଆଇଏମପିଭି -୩୮ ଗାଁ ନିକଟରେ ବୈରାଗୀ ପଛରୁ ଆସି ନିରଞ୍ଜନଙ୍କୁ ଛୁରିରେ ଭୁଶି ହତ୍ୟ କରିଥିଲା। ପରେ ଘଟଣାସ୍ଥଳରୁ ସମୀର ଫୋରାର ହୋଇଯାଇଥିଲା। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ପଞ୍ଚନାମା କରି ବ୍ୟବଛେଦ ପାଇଁ ପଠାଇଛି।

By amfnews

Related Post