Sun. Mar 8th, 2026

ପବିତ୍ର ପର୍ବତ ଶୃଙ୍ଗରେ ଘୋଡ଼ାଚଢ଼ି ଆମେରିକା କଟକଣା ବିରୋଧରେ ଲଢ଼ିବାକୁ ପଣ କଲେ କିମ୍‌ ଜୋଙ୍ଗ୍‌ ଉନ୍‌

202 Views

ସିଓଲ  : ତାଙ୍କ ଦେଶ ଉପରେ ଯୁକ୍ତରାଷ୍ଟ୍ର ଆମେରିକା ନେତୃତ୍ୱାଧୀନ କଟକଣା ବିରୋଧରେ ଲଢ଼େଇ କରିବେ ବୋଲି ଉତ୍ତର କୋରିଆ ନେତା କିମ୍‌ ଜୋଙ୍ଗ୍‌ ଉନ୍‌ ଗୋଟାଏ ଧଳାଘୋଡ଼ା ଚଢ଼ି କହିଥିବା କଥା ବୁଧବାର ଦିନ ରାଷ୍ଟ୍ରାୟତ ଗଣମାଧ୍ୟମ ରିପୋର୍ଟ କରିଛି।

ତାଙ୍କ ଦେଶର ରାଷ୍ଟ୍ରାୟତ ଗଣମାଧ୍ୟମରେ ପ୍ରଦର୍ଶୀତ ଫଟୋରେ ଦେଖଯାଉଛି କିମ୍‌ ଚଷମା ପିନ୍ଧି, ଗୋଟାଏ ଲମ୍ବା, ଈଷତ୍‌ ବାଦାମୀ ରଙ୍ଗର କୋଟ୍‌ ପରିଧାନ କରି ତୁଷାର ଆବୃତ ପାଏକ୍‌ଟୁ ଶୃଙ୍ଗ ଉପରେ ଘୋଡ଼ାଚଢ଼ି ଯାଉଛନ୍ତି।

ଧଳାଘୋଡ଼ା ହେଉଛି ସାତ ଦଶନ୍ଧି ଧରି ଉତ୍ତର କୋରିଆ ଶାସନ କରୁଥିବା କିମ୍‌ ପରିବାରର ପ୍ରଚାର ସଙ୍କେତ। କିମ୍‌, ତାଙ୍କ ଭଉଣୀ ଏବଂ ତାଙ୍କ ବାପା ଘୋଡ଼ା ଚଢୁଥିବା ଦୃଶ୍ୟ କେବେ କେମିତି ରାଷ୍ଟ୍ରାୟତ ଗଣମାଧ୍ୟମ ପ୍ରକାଶ କରିଥାଏ। କିମ୍‌ ଦ୍ୱିତୀୟ ସଙ୍ଗ୍‌ଙ୍କ ସହ ଏହି ସଙ୍କେତବାଦ ଜଡ଼ିତ। ଉତ୍ତର କୋରିଆର ସରକାରୀ ବର୍ଣ୍ଣନା ଅନୁସାରେ, ଜାପାନୀ ଉପନିବେଶ ଶାସକଙ୍କ ବିରୋଧରେ ଲଢ଼ିବା ବେଳେ ସେ ଧଳାଘୋଡ଼ା ଚଢୁଥିଲେ।
ନିକଟରେ ଥିବା ସାମ୍‌ଜିୟୋନ୍‌ କାଉଣ୍ଟିସ୍ଥିତ ନିର୍ମାଣ ଅଞ୍ଚଳ ପରିଦର୍ଶନ କରି କିମ୍‌ ଅଭିଯୋଗ କରିଥିଲେ କି, ଆଣବିକ ଏବଂ କ୍ଷେପଣାସ୍ତ୍ର କାର୍ଯ୍ୟକ୍ରମ ପାଇଁ ଯୁକ୍ତରାଷ୍ଟ୍ର ଆମେରିକା ନେତୃତ୍ୱାଧୀନ ଜାତିସଂଘ ତାଙ୍କ ଦେଶରେ କଟକଣା ଜାରି କରିଛି।

ସେ କହିଛନ୍ତି: ଶତ୍ରୁ ଶକ୍ତିମାନଙ୍କ ଦ୍ୱାରା ନିରବଚ୍ଛିନ୍ନ କଟକଣା ଓ ଚାପ ଯୋଗୁଁ ଦେଶରେ କଷ୍ଟକର ପରିସ୍ଥିତି ଉପୁଜିଛି। ଆମେ ବହୁତ କଷ୍ଟ ଓ ସମସ୍ୟାରେ ସମ୍ମୁଖୀନ ହୋଇଛନ୍ତି। କିନ୍ତୁ, ଏହି ସମସ୍ୟାକୁ ମୁକାବିଲା କରି ଆମ ଲୋକେ ଟାଣୁଆ ହୋଇ ବିକାଶର ନିଜସ୍ୱ ମାର୍ଗ ପାଇଛନ୍ତି ଏବଂ ସମସ୍ୟାରେ ବିଜୟୀ ହେବାର କୌଶଳ ଶିଖିଛନ୍ତି।

By amfnews

Related Post