Sun. Mar 8th, 2026

ପବିତ୍ର ଗୁରୁଦିବସରେ ଇନର ହ୍ୱିଲ କ୍ଲବ୍, ରାଉରକେଲା ମିଡ୍ ଟାଉନ ଦ୍ୱାରା ଶିକ୍ଷକ ସମ୍ବର୍ଦ୍ଧିତ

210 Views

ରାଉରକେଲା, ୮ା୯ : ସ୍ଥାନୀୟ ବ୍ରାହ୍ମଣୀ କ୍ଲବ୍ ଠାରେ ଇନର ହ୍ୱିଲ କ୍ଲବ୍ ରାଉରକେଲା ମିଡ୍ ଟାଉନ ପକ୍ଷରୁ ପବିତ୍ର ଗୁରୁଦିବସ ପାଳିତ ହୋଇଯାଇଛି । ଏହି ଅବସରରେ କ୍ଲବ୍ ପକ୍ଷରୁ ଜଣେ ଶିକ୍ଷକଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । କ୍ଲବ୍ ସଭାପତି ପ୍ରତିମା ମହାପାତ୍ର ଉତ୍ସବରେ ଅଧ୍ୟକ୍ଷତା କରି ସ୍ୱାଗତ ଭାଷଣ ଦେଇଥିବା ବେଳେ କ୍ଲବ୍ ସଭ୍ୟାମାନେ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ ।

ସମ୍ବର୍ଦ୍ଧନା ଉତ୍ସବରେ ବେଦବ୍ୟାସ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷୟିତ୍ରୀ ବୀଣାପାଣି ରାୟ, ରିଜର୍ଭ ପୋଲିସ୍ ଲାଇନ୍ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷୟିତ୍ରୀ ସ୍ୱୟଂପ୍ରଭା ଦାଶ, କଲ୍ୟାଣୀଦେବୀ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ଲଲାସାଗର ଚୌହାନ, ନ୍ୟାସନାଲ ବିଲଡର ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ ହୋଇ ପୁରସ୍କାର ଗ୍ରହଣ କରିଥିଲେ । ଏଥିସହ ଦିଲ୍ଲୀ ପବ୍ଲିକ୍ ସ୍କୁଲର ଶିକ୍ଷୟିତ୍ରୀ ସୌଦାମିନୀ ସିଂ, ଉଦିତନଗର ଉଚ୍ଚବିଦ୍ୟାଳୟର ଇଂରାଜୀ ଶିକ୍ଷକ ପ୍ରଶାନ୍ତ କୁମାର ଦାଶଙ୍କୁ ମଧ୍ୟ କ୍ଲବ୍ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । କ୍ଲବ୍ ସମ୍ପାଦିକା ନୀତୁ ଅଗ୍ରୱାଲଙ୍କ ସହିତ ଅନ୍ୟ ସଭ୍ୟାମାନେ ମଞ୍ଚ ପରିଚାଳନା କରିଥିଲେ ।

By amfnews

Related Post