Sat. Mar 7th, 2026

ପଥର ଛେଚି ଯୁବକକୁ ହତ୍ୟା ! ଥାନାରେ ଜଣେ ଅଭିଯୁକ୍ତ ଅଟକ

174 Views

ନୟାଗଡ଼ :ନୟାଗଡ଼ ଜିଲ୍ଲା ନୂଆଗାଁ ଥାନା ଅନ୍ତର୍ଗତ କୋରଡ଼ା ଗାଁରେ ଥିବା ତ୍ରିନାଥ ମନ୍ଦିର ପରିସରରେ ଜଣେ ଯୁବକଙ୍କ ମୃତଦେହ ଠାବ କରାଯାଇଛି।  ମୃତକଙ୍କ ନାଁ ଜିତୁ ନାହାକ। ତାଙ୍କ ଘର କୋରଡ଼ା ଗାଁରେ ବୋଲି ଜଣାପଡ଼ିଛି। ସେ ଲିଙ୍ଗା ନାହାକଙ୍କ ପୁଅ। ଖୋର୍ଦ୍ଧା-ବଲାଙ୍ଗିର ୫୭ ନମ୍ବର ଜାତୀୟ ରାଜପଥ କଡ଼ରେ ଥିବା ଏହି ତ୍ରିନାଥ ମନ୍ଦିର ପରିସରରେ ଜିତୁଙ୍କ ମୃତଦେହ ପଡ଼ିଥିବା ନେଇ ପ୍ରଥମେ ସ୍ଥାନୀୟ ଲୋକେ ଦେଖିଥିଲେ। ଏନେଇ ସେମାନେ ପୁଲିସକୁ ଖବର ଦେଇଥିଲେ।

ମିଳିଥିବା ସୂଚନା ଅନୁଯାୟୀ ଜିତୁ ଗତ ତିନିଦିନ ତଳେ ଶଶୁର ଘରକୁ ଯାଇଥିଲେ।ସେଠାରେ ଥିବା ବେଳେ ଜିତୁଙ୍କୁ ଗଙ୍ଗା ସେଠୀ ଏବଂ ପବନା ପ୍ରଧାନ ଫୋନ୍ କରି ଡାକିଥିଲେ। ଜିତୁ ତ୍ରିନାଥ ମନ୍ଦିର ପରିସରରେ ପହଞ୍ଚିବାପରେ ତିନିଜଣ ଗଂଜେଇ ଟାଣିଥିଲେ। ସେହି ସମୟରେ ସେମାନଙ୍କ ଭିତରେ କୌଣସି କଥାକୁ ନେଇ ବଚସା ହୋଇଥିଲା। ତାପରେ ଜିତୁ ଅଚେତ ହୋଇଥିବା ଅବସ୍ଥାରେ ତାଙ୍କ ଉପରେ ଏକ ପଥର ଛେଚି ଚାଲିଯାଇଥିଲେ ଦୁଇ ଅଭିଯୁକ୍ତ। ଏହାଫଳରେ ଜିତୁଙ୍କର ମୃତ୍ୟୁ ଘଟିଥିବା କୁହାଯାଉଛି। ଏହି ମାମଲାରେ ପୁଲିସ ଗଙ୍ଗା ସେଠୀକୁ ଅଟକ ରଖିଛି।।ଆଜ ଜଣକ ଫୋରାର ଥିବା କୁହାଯାଉଛି।ସାଇଣ୍ଟିଫିକ୍ ଟିମ୍ ଆସି ଘଟଣାର ତଦନ୍ତ କରୁଛି।

By amfnews

Related Post