Sat. Mar 7th, 2026

ପତ୍ନୀଙ୍କୁ ହତ୍ୟା କରି ସ୍ବାମୀର ଆତ୍ମହତ୍ୟା

Policemen arrest an activist as they attempt to clear the area at the "Hambacher Forst" in Kerpen-Buir near Cologne, Germany, September 13, 2018, where protesters have built a camp with tents and treehouses to stop the clearing of the Hambach forest for a nearby open cast coal mining. REUTERS/Wolfgang Rattay - RC16DDD41800
384 Views

କୋଇଡ଼ା : ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ବ୍ଲକ୍ ମାଲଦା ପଞ୍ଚାୟତର ଗଣୁଆ ଗ୍ରାମରେ ଜଣେ ଯୁବକ ତାଙ୍କ ପତ୍ନୀଙ୍କୁ ଠେଙ୍ଗାରେ ପିଟି ହତ୍ୟା କରିବା ପରେ ନିଜେ ଫାଶି ଲଗାଇ ଆତ୍ମହତ୍ୟା କରିଛି। ଏହି ଦମ୍ପତିଙ୍କ ମୃତ୍ୟୁ ପରେ ୫ ବର୍ଷ ବୟସ ମଧ୍ୟରେ ଥିବା ତାଙ୍କର ୩ ଶିଶୁ ସନ୍ତାନ ଅନାଥ ହୋଇଛନ୍ତି। ଗତ ରାତିରେ ଗଣୁଆ ଗ୍ରାମର ପ୍ରଦୀପ ପେଣ୍ଠେଇ ଓ ତାଙ୍କ ପତ୍ନୀ ପାର୍ବତୀ ପେଣ୍ଠେ (୨୫)ଙ୍କ ମଧ୍ୟରେ ଘରୋଇ ସମସ୍ୟାକୁ ନେଇ ବଚସା ହୋଇଥିଲା। ଏହି ଝଗଡ଼ା କ୍ରମେ ଉଗ୍ର ରୂପ ନେଇଥିଲା। ପ୍ରଦୀପ ଉତ୍‌କ୍ଷିପ୍ତ ହୋଇ ଏକ ଠେଙ୍ଗାରେ ପତ୍ନୀ ପାର୍ବତୀକୁ ନିସ୍ତୁକ ମାଡ଼ ମାରିଥିଲା। ଫଳରେ ଶରୀରର ବିଭିନ୍ନ ସ୍ଥାନରୁ ପ୍ରଚୁର ରକ୍ତସ୍ରାବ ହୋଇ ଘର ଭିତରେ ହିଁ ପାର୍ବତୀର ମୃତ୍ୟୁ ଘଟିଥିଲା। ପୁଲିସ ଘରେ ପହଞ୍ଚିବା ପୂର୍ବରୁ ପ୍ରଦୀପ ବେକରେ ଫାଶି ଲଗାଇ ଆତ୍ମହତ୍ୟା କରିଥିଲା। ମୃତ ଦମ୍ପତିଙ୍କ ୩ଟି ଶିଶୁ ସନ୍ତାନ ଅନାଥ ହୋଇଯାଇଥିବାରୁ ତାଙ୍କ ଉପଯୁକ୍ତ ଥଇଥାନ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।

By amfnews

Related Post