Sat. Mar 7th, 2026

ପତିଙ୍କ ବ୍ୟାଙ୍କ୍‌ ଆକାଉଣ୍ଟ ଷ୍ଟେଟ୍‌ମେଣ୍ଟ ପତ୍ନୀଙ୍କୁ ପ୍ରଦାନ କରିବା ମହଙ୍ଗା ପଡ଼ିଲା; ବ୍ୟାଙ୍କ ଗଣିଲା ୧୦ ହଜାର ଟଙ୍କାର ଜରିମାନା

509 Views

ଅହେମଦାବାଦ: ପତିଙ୍କ ବିନା ଅନୁମିତିରେ ତାଙ୍କ ବ୍ୟାଙ୍କ୍‌ ଆକାଉଣ୍ଟର ଷ୍ଟେଟ୍‌ମେଣ୍ଟ ତାଙ୍କ ପତ୍ନୀଙ୍କୁ ପ୍ରଦାନ କରିବା ଏକ ରାଷ୍ଟ୍ରାୟତ୍ତ ବ୍ୟାଙ୍କ୍‌ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ଏହି ଅପରାଧ ପାଇଁ ଅହେମଦାବାଦର ଏକ ଖାଉଟି ଅଦାଲତ ଇଣ୍ଡିଆନ୍‌ ଓଭରସିଜ୍‌ ବ୍ୟାଙ୍କ୍‌ (ଆଇଓବି) କର୍ତ୍ତୃପକ୍ଷଙ୍କୁ ୧୦ ହଜାର ଟଙ୍କାର ଅର୍ଥ ଦଣ୍ଡରେ ଦଣ୍ଡିତ କରିଛନ୍ତି।

ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ପ୍ରକାଶ, ଅହେମଦାବାଦର ବାସିନ୍ଦା ଦୀନେଶ ପାମ୍‌ନାନୀଙ୍କର ଏବେ ତାଙ୍କ ପତ୍ନୀଙ୍କ ସହ ଏକ ବୈବାହିକ ବିବାଦ ମାମଲା ପାରିବାରିକ କୋର୍ଟରେ ଚାଲିଛି। ଏହି ପରିପ୍ରେକ୍ଷୀରେ ତାଙ୍କର ବ୍ୟାଙ୍କ ଆକାଉଣ୍ଟ ଇଣ୍ଡିଆନ୍‌ ଓଭରସିଜ୍‌ ବ୍ୟାଙ୍କ୍‌ (ଆଇଓବି) ରହିଥିବା ବେଳେ ବ୍ୟାଙ୍କ କର୍ତ୍ତୃପକ୍ଷ ତାଙ୍କ ବିନା ଅନୁମତିରେ ତାଙ୍କ ବ୍ୟାଙ୍କ ପାସ୍‌ବୁକର ତିନି ମାସର ବିବରଣୀ (ଷ୍ଟେଟମେଣ୍ଟ) ତାଙ୍କ ପତ୍ନୀ ହର୍ଷିକାଙ୍କୁ ପ୍ରଦାନ କରି ଦେଇଛନ୍ତି। ଏବଂ ଏ ବାବଦରେ ୧୦୩ ଟଙ୍କା ତାଙ୍କ ବ୍ୟାଙ୍କ ଜମାରୁ କାଟି ନେଇଛନ୍ତି। ଏକଥା ଜାଣିବା ପରେ, ଦୀନେଶ ପାମ୍‌ନାନୀ ଅହେମଦାବାଦର ଖାଉଟି ଅଦାଲତରେ ଇଣ୍ଡିଆନ୍‌ ଓଭରସିଜ୍‌ ବ୍ୟାଙ୍କ୍‌ (ଆଇଓବି) କର୍ତ୍ତୃପକ୍ଷଙ୍କ ବିରୋଧରେ ଏକ ମାମଲା ଆଗତ କରିଥିଲେ। ଖାଉଟି ଅଦାଲତ ଏହି ମାମଲାର ଶୁଣାଣି କରି ଆଇଓବି କର୍ତ୍ତୃପକ୍ଷଙ୍କୁ ୧୦ ହଜାର ଟଙ୍କାର ଅର୍ଥ ଦଣ୍ଡରେ ଦଣ୍ଡିତ କରିବା ସହ ଏହି ଅର୍ଥ ରାଶି ଦୀନେଶଙ୍କୁ ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

By amfnews

Related Post