Fri. Mar 6th, 2026

ନୟାଗଡ଼: ଗଛରେ ପିଟିହେଲା ବସ୍‌, ୭ ଯାତ୍ରୀ ଆହତ

327 Views

କଣ୍ଟିଲୋ/ନୟାଗଡ଼, ଜାନୁଆରୀ ୦୧  : ନୟାଗଡ଼ ଜିଲ୍ଲା ଗଣିଆ ଥାନା କଣ୍ଟିଲୋ ଫାଣ୍ଡି ଅନ୍ତର୍ଗତ ସିଧାମୁଳା ନିକଟରେ ଆଜି ନୂଆବର୍ଷ ସକାଳେ ଏକ ଯାତ୍ରୀବାହୀ ବସ ଭାରସାମ୍ୟ ହରାଇ ଗଛରେ ପିଟି ହୋଇ ଯାଇଛି। ଏହି ଦୁର୍ଘଟଣାରେ ବସରେ ଥିବା ଯାତ୍ରୀମାନଙ୍କ ମଧ୍ୟରୁ ୭ ଜଣ ଆହତ ହୋଇଛନ୍ତି । ଖବର ପାଇ ପୁଲିସ ଓ ଦମକଳ ଘଟଣାସ୍ଥଳରେ ପହଞ୍ଚି ଆହତ ଯାତ୍ରୀମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, କଟକ ଜିଲ୍ଲା ନରସିଂହପୁର ଥାନା ଅନ୍ତର୍ଗତ ପଦ୍ମପୁର ଗ୍ରାମର କେତେକ ପର୍ଯ୍ୟଟକ ପିକ୍‌ନିକ କରିବାକୁ ଛତିଶଗଡ଼ ଆଡକୁ ଯାଇଥିଲେ। ସେମାନେ ଗତକାଲି ରାତିରେ ଫେରୁଥିବାବେଳେ କଣ୍ଟିଲୋ ଫାଣ୍ଡି ଅନ୍ତର୍ଗତ ସିଧାମୁଳା ଅକୁରାବନ୍ଧ ନିକଟରେ ସେମାନଙ୍କ ବସ୍‌ଟି ଏକ ଗଛରେ ପିଟି ହୋଇଯାଇଥିଲା। ଫଳରେ ୭ ଜଣ ଯାତ୍ରୀ ଆହତ ହୋଇଥିଲେ। ସେମାନଙ୍କୁ ନରସିଂହପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏ ସଂକ୍ରାନ୍ତରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

By amfnews

Related Post