Fri. Mar 6th, 2026

ନ୍ୟୁୟର୍କ ସହରରେ ବିକ୍ଷୋଭ ପ୍ରଦର୍ଶନ ବେଳେ ପୁଲିସ ସହ ସଙ୍ଘର୍ଷ କରି ଷ୍ଟୋର୍ ଲୁଟ୍ କଲେ ପ୍ରତିବାଦକାରୀ

349 Views

ୱାସିଂଟନ୍ : ପୁଲିସ ହାଜତରେ ଜଣେ କୃଷ୍ଣକାୟ ସମ୍ପ୍ରଦାୟ ବ୍ୟକ୍ତିଙ୍କୁ ମୃତ୍ୟୁ ଘଟଣା ଯୋଗୁଁ ଲଗାତର ଅଷ୍ଟମରାତ୍ରୀରେ (ମଙ୍ଗଳବାର) ମଧ୍ୟ ବିପୁଳ ସଂଖ୍ୟକ ପ୍ରତିବାଦକାରୀ ଆମେରିକୀୟ ସହରମାନଙ୍କର ରାସ୍ତାକୁ ଚାଲିଆସି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପ୍ରତିବାଦକାରୀମାନେ ନ୍ୟୁୟର୍କ ସହରରେ ପୁଲିସ ସହ ସଂଘର୍ଷ କରିବା ସହ କେତେକ ଷ୍ଟୋର୍ ମଧ୍ୟ ଲୁଟ୍‌ପାଟ୍ କରିଥିଲେ।

ଲସ୍ ଏଞ୍ଜେଲେସ୍, ଫିଲାଡେଲ୍‌ଫିଆ, ଆଟ୍‌ଲାଣ୍ଟା ଏବଂ ସିଟଲ୍‌ରେ ବିଶାଳ ପଦଯାତ୍ରା ଓ ପଟୁଆର ଆୟୋଜିତ ହୋଇଥିଲା। ଦି‌ନବେଳା ପ୍ରତିବାଦ ଶାନ୍ତିପୂର୍ଣ୍ଣ ଭାବେ ଚାଲୁଥିବା ବେଳେ ରାତିରେ ବିକ୍ଷୋଭକାରୀମାନେ ଦଙ୍ଗା, ଭଙ୍ଗାରୁଜା, ପୋଡ଼ାଜଳା ଏବଂ ଲୁଟ୍‌ପାଟ୍‌ କରୁଛନ୍ତି। ମଙ୍ଗଳବାର ଅପରାହ୍ଣରେ ଯୁକ୍ତରାଷ୍ଟ୍ର ଆମେରିକାର କ୍ୟାପିଟଲ୍ ବିଲ୍‌ଡିଙ୍ଗ୍ ବାହାରେ ଦଳେ ବିକ୍ଷୋଭକାରୀ ଗୋଟିଏ ଆଣ୍ଠୁ ଟେକି ପାଟି କରୁଥିଲେ, ‘ମୌନତା ହିଁ ହିଂସା’ ଏବଂ ‘ନ୍ୟାୟ ନାହିଁ ତ ଶାନ୍ତି ନାହିଁ’।

ଏହା ବ୍ୟତୀରେକେ, ମଙ୍ଗଳବାର ଦିନ ଜର୍ଜ ଫ୍ଲଏଡ୍‌ଙ୍କ ଶୋକାତୁରା ଝିଅର ମାଆ ରକ୍ସି ୱାସିଙ୍ଗଟନ୍ ଫ୍ଲଏଡ୍‌ଙ୍କ ପ୍ରତି ନ୍ୟାୟ ଦାବି କରି କହିଛନ୍ତି, ଜଣେ ଏଡ଼େ ସୁନ୍ଦର ବାପା ପୁଲିସ ଅଧିକାରୀଙ୍କ ଚାପାରେ ରାସ୍ତା କଡ଼ରେ ମୁହଁମାଡ଼ି ମୃତ୍ୟୁବରଣ କରିବା ଅସୁନ୍ଦର କଥା। ଝିଅ ଜିଆନା ପିତୃହରା ହୋଇଗଲା। ସେ ବଡ଼ ହୋଇ ସ୍ନାତକ ହାସଲ କରିବା କଥା ତା’ର ବାପା ଦେଖିପାରିବେ ନାହିଁ। ଫ୍ଲଏଡ୍‌ଙ୍କ ମୃତ୍ୟୁରେ ସମ୍ପୃକ୍ତ ଚାରି ପୁଲିସ ଅଧିକାରୀ ଦଣ୍ଡ ଭୋଗ କରିବା ଉଚିତ।

By amfnews

Related Post