Thu. Jan 9th, 2025

ନୌସେନା ପାଇଁ ୧୫ ହଜାର କୋଟି ଟଙ୍କାର ଆବଶ୍ୟକତା ଜଣାଇଲା ପ୍ରତିରକ୍ଷା ମନ୍ତ୍ରାଳୟ

By amfnews Jul 2, 2019 #Featured
298 Views

ନୂଆଦିଲ୍ଲୀ 2nd July 2019: ଆସନ୍ତା ୫ ତାରିଖରେ ବଜେଟ ଉପସ୍ଥାପନ କରିବେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ | ଏହାପୂର୍ବରୁ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ନୌସେନା ଓ ତଟରକ୍ଷକ ବଳ ପାଇଁ ୧୫ ହଜାର କୋଟି ଟଙ୍କାର ଆବଶ୍ୟକତା ନେଇ ରିପୋର୍ଟ ଦିଆଯାଇଛି |ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ଏହି ଅର୍ଥରେ କିଛି ଜାହାଜ ନିର୍ମାଣ କରାଯିବ |

ନୌସେନାର ଜଣେ ଅଧିକାରୀଙ୍କ କହିବା ମୁତାବକ ୬ଟି ମିସାଇଲ ଜାହାଜ ସହ ଆଠଟି ପାଟ୍ରୋଲିଂ ଜାହାଜ ସହ ଗୋଳାବାରୁଦ ପାଇଁ ଏହି ଅର୍ଥ ବ୍ୟୟ କରାଯିବ | ବିଶେଷ କରି ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ଉଦ୍ଦେଶ୍ୟ ରଖାଯାଇଛି ଯେ କିଭଳି ଭାରତରେ ଥିବା ସିପୟାର୍ଡ଼ରେ ନୌସେନା ପାଇଁ ଆବଶ୍ୟକ ମୁତାବକ ଜାହାଜ ନିର୍ମାଣ କରାଯାଉ |

ଭାରତରେ ବହୁ ସଂଖ୍ୟାରେ ଜାହାଜ ନିର୍ମାଣ ପାଇଁ ଆବଶ୍ୟକୀୟ ଭିତିଭୂମି ଯୋଗାଇଦେବାକୁ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ଅନୁରୋଧ କରାଯାଇଛି | ଏଠାରେ ସୂଚନା ଥାଉ କି ଅର୍ଥମନ୍ତ୍ରୀ ଭାବେ ନିର୍ମଳା ପ୍ରଥମ ଥର ପାଇଁ ଏହି ବଜେଟ ଉପସ୍ଥାପନ କରିବେ | ଏଥିରେ ସେନାକୁ କେତେ ଗୁରୁତ୍ୱ ଦିଆଯାଉଛି ଓ ସେନା ପାଇଁ କେତେ ଟଙ୍କା ବ୍ୟୟ ବରାଦ ହେଉଛି ତାହା ଉପରେ ନଜର ରହିଛି |

By amfnews

Related Post