Fri. Mar 6th, 2026

ନୌସେନା ଅଧିକାରୀ ଭୂମିକାରେ ସଲମାନ୍‌ ଖାନ୍‌

449 Views

ମୁମ୍ବାଇ:ଏଯାଏଁ ବଲିଉଡ ଷ୍ଟାର୍‌ ସଲମାନ୍‌ ଖାନ୍‌ଙ୍କୁ ଭିନ୍ନ ଭିନ୍ନ ରୂପରେ ଦେଖିବାକୁ ପାଇଛନ୍ତି। ହେଲେ ଆପଣ ତାଙ୍କୁ କେବେ ବି ନୌସେନାର ଅଧିକାରୀ ଭାବେ ଦେଖିବାକୁ ପାଇନାହାନ୍ତି। ସଲମାନ୍‌ ଖାନ୍‌ ନିଜର ଏଭଳି ଏକ ନୂଆ ଲୁକ୍‌ ଫ୍ୟାନ୍‌ମାନଙ୍କ ଉଦ୍ଦେଶ୍ୟରେ ସେଆର୍‌ କରିଛନ୍ତି। ସଲମାନ୍‌ ଖାନ୍‌ ମୁକ୍ତି ପ୍ରତୀକ୍ଷିତ ସିନେମା ‘ଭାରତ୍‌’ରେ ଏଭଳି ଲୁକ୍‌ରେ ଆସିଛନ୍ତି। ଏହି ସିନେମାରେ ସଲମାନ୍‌ ପ୍ରଥମ ଥର ପାଇଁ ନୌବାହିନୀ ଅଧିକାରୀ ଭୂମିକାରେ ଅଭିନୟ କରିଥିବା ଜଣାଯାଇଛି।
ସଲ୍‌ମାନ୍‌ ଖାନ୍‌ ଯେଉଁ ନୂଆ ପୋଷ୍ଟର ସେଆର୍‌ କରିଛନ୍ତି ସେଥିରେ ତାଙ୍କୁ ନୌସେନାର ୟୁନଫର୍ମରେ ଦେଖିବାକୁ ମିଳିଛି। ଏହି ପୋଷ୍ଟରରେ ନାୟିକା କାଟ୍ରିନା କୈଫ୍‌ଙ୍କୁ ମଧ୍ୟ ଦେଖିବାକୁ ପାଇଛନ୍ତି ପ୍ରଶଂସକମାନେ। ସଲମାନ୍‌ ଖାନ୍‌ ଏହି ପୋଷ୍ଟରକୁ ସେଆର୍‌ କରି ଲେଖିଛନ୍ତି ‘ମୋର ମାଟି ,ମୋ’ ଦେଶ,’। ‘ଭାରତ୍‌’ରେ ସଲମାନ୍‌ ଖାନ୍‌ ତୃତୀୟ ଥର ପାଇଁ ନିର୍ଦ୍ଦେଶକ ଅଲୀ ଅବ୍‌ବାସ ଜାଫରଙ୍କ ସହିତ କାମ କରିଛନ୍ତି।

ଏଥିରେ ସଲମାନ୍‌ ଓ କାଟ୍ରିନାଙ୍କ ବ୍ୟତୀତ ଦିଶା ପଟାନି,ସୁନୀଲ ଗ୍ରୋଭର୍‌,ତବୁ,ନୋରା ଫତେହୀ ଓ ଜ୍ୟାକିଶ୍ରଫ୍‌ ପ୍ରମୁଖ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଛନ୍ତି। ଏହି ଫିଲ୍ମର ଟ୍ରେଲର୍‌ ଏପ୍ରିଲ୍‌ ୨୪ରେ ରିଲିଜ୍‌ ହେବ। ‘ଭାରତ’୨୦୧୯ ଇଦ୍‌ ଅବସରରେ ମୁକ୍ତିଲାଭ କରିବ।

By amfnews

Related Post