258 Views
ବୁଝାମଣା ପତ୍ର ସ୍ୱାକ୍ଷରିତ ହେବା ପରେ ଓଡ଼ିଶା ନୋବେଲ ବିଜେତାଙ୍କ ଜେ-ପାଲର ଅଂଶୀଦାର ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।
ନୋବେଲ ବିଜେତାଙ୍କ ଜେ-ପାଲର ଅଂଶୀଦାର ହେବ ଓଡ଼ିଶା ।
ଉଦବୋଧନ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।#Odisha #AbhijitBanerjee #NaveenPatnaik #Sambad #ସମ୍ବାଦ #ଓଡ଼ିଶା @CMO_Odisha @Naveen_Odisha @JPAL
ଅଭିଜିତ ବାନାର୍ଜୀ ଏବଂ ଇସ୍ଥର୍ ଡଫ୍ଲୋଙ୍କ ସହ-ସଂସ୍ଥାପିତ ‘ଅବ୍ଦୁଲ୍ ଲତିଫ୍ ଜମୀଲ୍ ପଭର୍ଟି ଆକ୍ସନ୍ ଲ୍ୟାବ୍’ର ଅଂଶୀଦାର ହେବାକୁ ବାହାରିଛି ଓଡ଼ିଶା। ନୀତି ଗଠନ ମାଧ୍ୟମରେ ଦରିଦ୍ରରୁ ଦରିଦ୍ରତମ ଏବଂ ପରୀକ୍ଷାମୂଳକ ଗବେଷଣାଭିତ୍ତିକ ମୂଲ୍ୟାୟନ ସମେତ କେତେକ ସାମାଜିକ କ୍ଷେତ୍ରରେ କରାଯାଇଥିବା ହସ୍ତକ୍ଷେପ ନିମନ୍ତେ ‘ଜେ-ପାଲ୍’ ଗଠିତ ହୋଇଛି।
ବାନାର୍ଜୀ-ଡଫ୍ଲୋ ଦ୍ୱୟ ଆଲ୍ଫ୍ରେଡ୍ ନୋବେଲ୍ଙ୍କ ସ୍ମୃତିରେ ଅର୍ଥନୀତିରେ ନୋବେଲ୍ ପୁରସ୍କାର ଭାବେ ଜଣାଶୁଣା ‘ସ୍ୱେର୍ଗିଜ୍ ରିକ୍ସବ୍ୟାଙ୍କ୍ ପ୍ରାଇଜ୍ ଇନ୍ ଇକୋନମିକ୍ ସାଇନ୍ସେସ୍’ ପ୍ରଦତ୍ତ ହେବା ପରେ ଗୋଟାଏ ଭାରତୀୟ ରାଜ୍ୟ ସହ ଏହା ହେଉଛି ‘ଜେ-ପାଲ୍’ ସହ ପ୍ରଥମ ବ୍ୟାପକ ଅଂଶୀଦାରୀ।