Tue. Jan 7th, 2025

ନୋଟିସ ବିନା ୨୦ଜଣ କର୍ମଚାରୀଙ୍କୁ ଛଟେଇ କଲା ଭାରତର ପ୍ରଥମ ଘରୋଇ ଟ୍ରେନ୍‌ ତେଜସ୍‌ ଏକ୍ସ୍‍ପ୍ରେସ୍‌

By amfnews Nov 28, 2019 #Featured
137 Views

ନୂଆଦିଲ୍ଲୀ: ଚଳାଚଳ ଆରମ୍ଭ କରିବାର ପ୍ରାୟ ଦୁଇ ମାସ ପରେ ଘରୋଇ ଟ୍ରେନ୍‌ ‘ତେଜସ୍‌ ଏକ୍ସ୍‍ପ୍ରେସ୍‌’ ବୁଧବାର ଦିନ ନୋଟି ନ ଦେଇ ୨୦ ଜଣ କର୍ମଚାରୀଙ୍କୁ ଛଟେଇ କରିଛି। କ୍ୟାବିନ୍‌ କ୍ରୁ, ଆଟେଣ୍ଡାଣ୍ଟ୍‌ଙ୍କ ଓ ଅନ୍ୟମାନଙ୍କ ସମେତ ବିଭିନ୍ନ ସ୍ତରରେ ଛଟେଇ କରାଯାଇଛି।

ବହିଷ୍କୃତ କର୍ମଚାରୀମାନେ କହିଛନ୍ତି ଯେ ଅସୁସ୍ଥ ଥିବା ବେଳେ ବି ସେମାନଙ୍କୁ ୧୮ ଘଣ୍ଟା କାମ କରାଯାଉଥିଲା। ତଥାପି ବିନା ବିଜ୍ଞପ୍ତିରେ ସେମାନଙ୍କୁ ଛଟେଇ କରାଯାଇଛି।ସହାୟତା ମାଗି ତେଜସ୍‌ ଏକ୍ସପ୍ରେସ୍‌ର ବହିଷ୍କୃତ କର୍ମଚାରୀମାନେ ରେଳବାଇ ମନ୍ତୀ ପୀୟୂଷ ଗୋଏଲ୍‌ଙ୍କୁ ଟୁଇଟ୍‌ କରିଛନ୍ତି।

ଇଣ୍ଡିଆନ୍‌ ରେଲ୍‌େଓ୍ଵଜ୍‌ କ୍ୟାଟରିଙ୍ଗ୍‌ ଆଣ୍ଡ୍‌ ଟୁରିଜମ୍‌ କର୍ପୋରେସନ୍‌ କହିବା କଥା କି, କେବଳ ଭଲ କାମ କରୁ ନ ଥିବା କ୍ରୁ ମେମ୍ବରମାନଙ୍କୁ ବହିଷ୍କାର କରାଯାଇଛି। ଅନ୍ୟ ଏକ ସୂତ୍ରରୁ ଜଣାପଡ଼ିଛି ଯେ କେତେକ ବିଭାଗର କର୍ମଚାରୀଙ୍କ ସଂଖ୍ୟା ଅଧିକ ହୋଇ ଯାଇଥିବାରୁ ମ୍ୟାନେଜ୍‌ମେଣ୍ଟ୍‌ ତାହା ହ୍ରାସ କରିବାକୁ ବାଧ୍ୟ ହୋଇଥିଲେ।

By amfnews

Related Post