Thu. Jan 23rd, 2025

ନୋଏଡା: ଶତାଧିକ କୁଡ଼ିଆ ଘରେ ଅଗ୍ନିକାଣ୍ଡ, ନିଆଁ ଝଲସି ୨ ଶିଶୁଙ୍କ ମୃତ୍ୟୁ

By amfnews Apr 12, 2021 #Featured
92 Views

ନୂଆଦିଲ୍ଲୀ, ଏପ୍ରିଲ ୧୨ : ଦିଲ୍ଲୀ ଉପକଣ୍ଠ ନୋଏଡାରେ ରବିବାର ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଥିରେ ୨ ଜଣ ଶିଶୁଙ୍କର ମୃତ୍ୟୁ ହୋଇଛି । ନୋଏଡାର ସେକ୍ଟର ୬୩ରେ ଲାଗିଥିବା ଭୟାବହ ଅଗ୍ନିକାଣ୍ଡ ସଂପର୍କିତ ସୂଚନା ମିଳବା ପରେ ୧୭ ଦମକଳ ଗାଡ଼ି ଘଟଣାସ୍ଥଳକୁ ପହଂଚିଥିଲା । ପ୍ରାୟ ୨ ଘଣ୍ଟା ପର୍ଯ୍ୟନ୍ତ ଅକ୍ଲାନ୍ତ ପରିଶ୍ରମ କରି ଦମକଳ ବାହିନୀର କର୍ମଚାରୀମାନେ ନିଆଁକୁ ଆୟତ୍ତ କରିଥିଲେ । 

ବହୋଲାଲପୁର ଗାଁର ଏକ ଖାଲି ପଡ଼ିଥିବା ଜମିରେ ପାଖାପାଖି ୧୫୦ରୁ ଅଧିକ କୁଡ଼ିଆ ଘର ନିର୍ମାଣ ହୋଇଥିଲା । ଏହି ଘର ଗୁଡ଼ିକରେ ବିହାର ଓ ପଶ୍ଚିମବଙ୍ଗର ବିଭିନ୍ନ ଜିଲ୍ଲାରୁ ଆସି ଲୋକେ ଭଡ଼ାରେ ରହୁଥିଲେ । ଅପରାହ୍ନ ପାଖାପାଖି ୧ଟା ସମୟରେ ଅଧିକାଂଶ ପୁରୁଷ କାମ କରିବାକୁ ବାହାରକୁ ଯାଇଥିଲେ । କିଛି ମହିଳା ମଧ୍ୟ ଘରୁ ବାହାରକୁ ଯାଇଥିଲେ । ଏହି ସମୟରେ ଅଚାନକ ଅଗ୍ନିକାଣ୍ଡ ଦେଖାଯାଇଥିଲା । ଘଟଣା ଘଟିବା ସମୟରେ ଅନେକ ଶିଶୁ ଘର ଭିତରେ ଶୋଇଥିଲେ । 

ଅଗ୍ନିକାଣ୍ଡ ସମୟରେ ଜୋରରେ ପବନ ବହିଥିଲା । ଫଳରେ ନିଆଁ ଅନିୟନ୍ତ୍ରିତ ହୋଇଯାଇଥିଲା । ଦମକଳ ବାହିନୀର କର୍ମଚାରୀମାନେ ନିଆଁକୁ ଆୟତ୍ତ କରିବା ପୂର୍ବରୁ ୨ ଜଣ ଶିଶୁଙ୍କର ମୃତ୍ୟୁ ହୋଇ ସାରିଥିବା ବେଳେ ଗରିବ ଶ୍ରମିକମାନଙ୍କର ଲକ୍ଷ ଲକ୍ଷ ଟଙ୍କାର ଜିନିଷ ପୋଡି ପାଉଁଶ ହୋଇଯାଇ ସାରିଥିଲା । 

By amfnews

Related Post