Fri. Jun 13th, 2025

ନେପାଳରେ ହେଲିକପ୍ଟର୍‌ର ପଛ ପଙ୍ଖା ବାଜି ୪୨ ବର୍ଷିୟ ଭାରତୀୟ ତୀର୍ଥଯାତ୍ରୀଙ୍କ ମୁଣ୍ଡ କଟିଲା

By amfnews Aug 15, 2018 #Featured
193 Views

ନୂଆଦିଲ୍ଲୀ: ମଙ୍ଗଳବାର ଦିନ ନେପାଳର ହିଲ୍‌ସା ଅଞ୍ଚଳରେ ଥିବା ଗୋଟାଏ ଦୂରନ୍ତ ହେଲିପ୍ୟାଡ୍‌ରେ ହେଲିକପ୍ଟର୍‌ର ପଛ ପଙ୍ଖା ବାଜିବାରୁ ଜଣେ ୪୨ ବର୍ଷିୟ କୈଳାସ ମାନସରୋବର ଯାତ୍ରୀଙ୍କ ମୁଣ୍ଡ କଟି ଯାଇଛି।

ମୃତୁ ବ୍ୟକ୍ତିଙ୍କ ନାମ ନଗେନ୍ଦ୍ର କୁମାର କାର୍ତ୍ତିକ ମେହେଟା ଓ ତାଙ୍କ ଘର ମୁମ୍ବାଇରେ। ସେ ତୀର୍ଥାଟନରେ କୈଳାସ ମାନସରୋବର ଯାତ୍ରା କରୁଥିଲେ।

ସହକାରୀ ଜିଲ୍ଲା ମୁଖ୍ୟ ଅଧିକାରୀ ମହେଶ କୁମାର ପୋଖାରେଲ୍‌ କହିଛନ୍ତି ଯେ ଦୁର୍ଘଟନା ସମୟରେ ହେଲିକାପ୍ଟର୍‌ଟି ଭୂଇଁରେ ଥିଲା।ହେଲିକାପ୍ଟର୍‌ରୁ ଓହ୍ଲାଇ ଯାତ୍ରୀଜଣକ ପଛ ଆଡ଼କୁ ଚାଲି ଯିବାରୁ ତା’ର ଲାଞ୍ଜରେ ଥିବା ରୋଟର୍‌ରେ ହାବୁଡ଼ି ଥିଲେ।ସିମିକୋଟ୍‌ ଠାରେ ତାଙ୍କର ଶବ ବ୍ୟବଚ୍ଛେଦ କରାଯିବା ପରେ ତାଙ୍କର ଆତ୍ମୀୟଙ୍କୁ ଶବ ହସ୍ତାନ୍ତର କରାଯିବ।ହେଲିକାପ୍ଟର୍‌ର ପଛ ଭାଗ ମଧ୍ୟ ନଷ୍ଟ ହୋଇଛି।

କ୍ଷୁଦ୍ର ବିମାନ କିଂବା ହେଲିକାପ୍ଟର୍‌ ଯୋଗେ ନେପାଳର ସିମିକୋଟ୍‌ ଏବଂ ହିଲ୍‌ସାକୁ ଯାତାୟାତ କରିବା ଛଡ଼ା ଅନ୍ୟ କୌଣସି ଉପାୟ ନାହିଁ।ଚୀନ୍‌ର ତିବ୍ଦତ ଅଞ୍ଚଳରେ ଥିବା କୈଳାସ ମାନସରୋବରକୁ ହିନ୍ଦୁ, ବୌଦ୍ଧ ଓ ଜୈନ ଧର୍ମର ଲୋକେ ପବିତ୍ର ବୋଲି ବିଚାର କରନ୍ତି। ପ୍ରତି ବର୍ଷ ଶହ ଶହ ଭାରତୀୟ ପ୍ରତିକୂଳ ପରିସ୍ଥିତିରେ ପର୍ବତାରୋହଣ କରି ଥାଆନ୍ତି।

By amfnews

Related Post