Wed. Mar 11th, 2026

ନେଦରଲାଣ୍ଡସ୍‌ରେ ୫-ଜି ସେବା ପରୀକ୍ଷା: ୩୦୦ ପକ୍ଷୀ ମୃତ! ଭାରତ ପାଇଁ ଚିନ୍ତା ବଢ଼ିଲା

156 Views

ନୂଆଦିଲ୍ଲୀ, ଡିସେମ୍ବର ୦୬ : ଜାତୀୟ ରାଜଧାନୀ ନୂଆଦିଲ୍ଲୀରେ ୨୦୧୯ ପ୍ରଥମ ତ୍ରୟମାସିକରେ ୫-ଜି ସେବା ପରୀକ୍ଷା କରାଯିବ। ଏହା ପୂର୍ବରୁ ନେଦରଲାଣ୍ଡସ୍‌ରେ ୫-ଜି ସେବା ପରୀକ୍ଷା କରାଯାଇଛି। ୫-ଜି ସେବା ପରୀକ୍ଷା ସମ୍ବନ୍ଧୀତ ଏକ ଖବର ସମସ୍ତଙ୍କୁ ଚକିତ କରିଦେଇଛି। ଏହି ପରୀକ୍ଷା ପକ୍ଷୀମାନଙ୍କ ପାଇଁ କାଳ ସାଜିଛି। ନେଦରଲାଣ୍ଡସ୍‌ରେ ୫-ଜି ପରୀକ୍ଷା କରାଯିବା ପରେ ପାଖାପାଖି ୩୦୦୦ ପକ୍ଷୀଙ୍କ ମୃତ୍ୟୁ ହୋଇଥିବା ଜାତୀୟ ଗଣମାଧ୍ୟମର ରିପୋର୍ଟ କରିଛି। ଏବେ ପ୍ରଶ୍ନ ଉଠୁଛି ଯେ, ଭାରତରେ ଅବସ୍ଥା କ’ଣ ହେବ।

ଗ୍ୟାଲେକ୍ଟିକ କନେକଶନର ଏକ ରିପୋର୍ଟ ଅନୁସାରେ, ପାଖାପାଖି ଏକ ସପ୍ତାହ ତଳର ଘଟଣା। ନେଦରଲାଣ୍ଡସର ହେଗ ସହରର ଏକ ପାର୍କରେ ଶତାଧିକ ପକ୍ଷୀଙ୍କ ମୃତ୍ୟୁ ଘଟିଛି। ଆରମ୍ଭରୁ ଲୋକମାନେ ପକ୍ଷୀମାନଙ୍କ ମୃତ୍ୟୁର କାରଣ ସଂପର୍କରେ ଜାଣି ନଥିଲେ। ଏହା ପରେ ଯାଞ୍ଚ ହେବାରୁ ଜଣାପଡ଼ିଥିଲା ଯେ, ଡଚ ରେଳଷ୍ଟେସନ ନିକଟରେ ୫-ଜି ଇଣ୍ଟରନେଟ ସେବା ପରୀକ୍ଷା କରାଯାଇଥିଲା। ପରୀକ୍ଷା ହେବା ମାତ୍ରେ ଆଖପାଖ ଗଛରେ ବସିଥିବା ପକ୍ଷୀମାନେ ତଳେ ପଡ଼ିଯାଇଥିଲେ। ଆଖପାଖରେ ବସିଥିବା ବତକମାନେ ବ୍ୟସ୍ତ ହୋଇପଡୁଥିବା ଦେଖାଯାଇଥିଲା। ରେଡିଏସନରୁ ବଞ୍ଚିବା ପାଇଁ ସେମାନେ ବାରମ୍ବାର ନିଜର ମୁଣ୍ଡ ପାଣିରେ ବୁଡାଇ ରଖୁଥିଳେ। କିଛି ବତକ ସେଠାରୁ ପଳାୟନ କରିବା ଆରମ୍ଭ କରି ଦେଇଥିଲେ। ମାତ୍ର ଏବାବଦରେ ସରକାରୀ ଅଧିକାରୀମାନେ ନିଜର ପ୍ରତିକ୍ରିୟା ଦେଇ ନାହାନ୍ତି।

ଡଚ ଫୁଡ ଆଣ୍ଡ କଞ୍ଜ୍ୟୁମର ପ୍ରଡକ୍ଟସ ସେଫ୍ଟି ଅଥରଟି କହିବା ଅନୁସାରେ ମରି ଯାଇଥିବା ପକ୍ଷୀମାନଙ୍କୁ ଲ୍ୟାବ୍ରେଟେରୀରେ ପରୀକ୍ଷା କରାଯାଉଛି। ମୃତ ଭାବରେ ଉଦ୍ଧାର କରାଯାଇଥିବା ପକ୍ଷୀମାନଙ୍କ ଶରୀରରୁ ବିଷାକ୍ତ ଦ୍ରବ୍ୟ ମିଳିପାରି ନାହିଁ କିନ୍ତୁ ଅତ୍ୟାଧିକ ରକ୍ତସ୍ରାବ ଯୋଗୁଁ ପକ୍ଷୀମାନଙ୍କ ମୃତ୍ୟୁ ଘଟିଛି।

By amfnews

Related Post