ରାଉରକେଲା : ଭାରତୀୟ ଜନତା ପାର୍ଟି ଯୁବ ମୋର୍ଚ୍ଚା, ପାନପୋଷ ସାଂଗଠନିକ ଜିଲ୍ଲାର ମିଲେନିୟମ ନୂତନ ଭୋଟର ସଂଯୋଗ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୀରମିତ୍ରପୁର ବିଧାନସଭା କ୍ଷେତ୍ର, ରାଉରକେଲା ବିଧାନସଭା ଏବଂ ରଘୁନାଥପାଲ୍ଲୀ, ବିଧାନସଭା କ୍ଷେତ୍ରର ପାର୍ଟି କାର୍ଯ୍ୟାଳୟ ବି/୩୩ ସେକ୍ଟର -୩ଠାରେ ମିଲେନିୟମ ନୂତନ ଭୋଟରମାନଙ୍କ ନୂତନ ଭୋଟର ଲିଷ୍ଟରେ ସଂଯୋଗ ନିମନ୍ତେ ଆଲୋଚନା, ଜିଲ୍ଲା ସଭାପତି ଦେବେନ୍ଦ୍ର ବିରଖଣ୍ଡୁଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା ।
ଆଗାମୀ ଦିନରେ ବିଭିନ୍ନ କଲେଜ ଏବଂ ବିଭିନ୍ନ ଅଞ୍ଚଳରେ୧୮ ବର୍ଷରୁ ଉଦ୍ଧ୍ୱର୍ ନୂତନ ଭୋଟମାନଙ୍କୁ ସଂଯୋଗ କରିବା ପାଇଁ ଯୋଜନା କରାଯାଇଥିଲା । ଏହି ବୈଠକରେ ରାଜ୍ୟ ସଂପାଦକ ଧିରେନ ସେନାପତି ଯୋଗଦେଇ ପ୍ରତ୍ୟେକ ବୁଥରେ ନୂତନ ଭୋଟର ସଂଯୋଗ କରିବା ପାଇଁ ଯୁବ ମୋର୍ଚ୍ଚା ସହଯୋଗ କରିବା ପାଇଁ ଅନୁରୋଧ କରିଥିଲେ । ରାଜ୍ୟ କୋର୍ଡିନେଟର ବିଶ୍ୱଜିତ ସୁରଙ୍ଗି ଜିଲ୍ଲା ଉପସଭାପତି ଜଗନ ସ୍ୱାଇଁ, ପୂର୍ବତନ ବିଧାୟକ ଶଙ୍କର ଓରାମ, କମଲେସ ସାହା ସହିତ ଜିଲ୍ଲା ଯୁବମୋର୍ଚ୍ଚା ପଦାଧିକାରୀ ମଣ୍ଡଳ ସଭାପତି ଏବଂ ବହୁ ଯୁବନେତା ଯୋଗ ଦେଇଥିଲେ ।