Sun. Sep 29th, 2024

ନୂଆ ୭ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ୨ ମହିଳା ଓ ୫ ପୁରୁଷ

By amfnews Apr 28, 2020 #Featured
98 Views

ଭୁବନେଶ୍ବର  : ରାଜ୍ୟ ସରକାରଙ୍କ ପକ୍ଷରୁ ନୂଆ ୭ କରୋନା ଆକ୍ରାନ୍ତଙ୍କ ସଂପର୍କରେ ତଥ୍ୟ ଦିଆଯାଇଛି। ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ପ୍ରଦତ୍ତ ସୂଚନା ଅନୁଯାୟୀ, ଆକ୍ରାନ୍ତଙ୍କ ମଧ୍ୟରୁ ଭଦ୍ରକର ୩ ଓ ରାଉରକେଲା ନାଲା ରୋଡ୍‌ର ୪ ଜଣ ରହିଛନ୍ତି। ଭଦ୍ରକର ସମସ୍ତ ୩ ଆକ୍ରାନ୍ତ ପୁରୁଷ ଓ ସେମାନଙ୍କର ବୟସ ଯଥାକ୍ରମେ ୪୫, ୨୮ ଓ ୨୯ ବର୍ଷ। ଏମାନେ ସମସ୍ତେ କଲିକତା ଫେରନ୍ତା ବୋଲି ଏଥିରେ ସୂଚନା ଦିଆଯାଇଛି।

I & PR Department, Odisha

@IPR_Odisha

First Health Update, 28 April
3 Positive Cases in Bhadrak

45 yr Male, 28 yr Male & 29 yr Male
(WB link. All asymptomatic.)
4 Positives from Nala Road, Rourkela

55 yr Female, 35 yr Female, 38 yr Male & 27 yr Male
(All contacts. All asymptomatic.)

Total positive case-118

ଅପରପକ୍ଷରେ ରାଉରକେଲା ନାଲା ରୋଡ୍‌ର ୪ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ଦୁଇଜଣ ମହିଳା ଓ ଦୁଇଜଣ ପୁରୁଷ ଅଛନ୍ତି। ଦୁଇ ମହିଳାଙ୍କ ବୟସ ଯଥାକ୍ରମେ ୫୫ ଓ ୩୫ ବର୍ଷ। ଦୁଇ ଆକ୍ରାନ୍ତ ପୁରୁଷଙ୍କ ବୟସ ଯଥାକ୍ରମେ ୩୮ ଓ ୨୭ ବର୍ଷ। ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତ ସଂଖ୍ୟା ୧୧୮ ହୋଇଥିବା ଏଥିରେ ସୂଚିତ କରାଯାଇଛି।

ସମସ୍ତଙ୍କ ନିକଟରେ ଅଳ୍ପ କିଛି କରୋନା ଲକ୍ଷଣ ଦେଖା ଦେଇଥିଲା । ତେବେ ଏମାନେ ପୁରୁଣା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଛନ୍ତି ନା ଏମାନେ କୁଆଡ଼େ ଯାଇଥିଲେ ଓ କେଉଁମାନଙ୍କ ସଂସ୍ପର୍ଶରେ ଆସିଥିଲେ ସେସବୁ ତଥ୍ୟ ହାସଲ ଲାଗି କଣ୍ଟ୍ରାକ୍ଟ ଟ୍ରେସିଂ ଚାଲିଥିବା ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

By amfnews

Related Post