Tue. Dec 24th, 2024

ନୂଆ ଶିକ୍ଷା ନୀତି ନେଇ ଆଜି ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ମୋଦୀ

By amfnews Aug 7, 2020 #Featured
97 Views

ନୂଆଦିଲ୍ଲୀ, ଅଗଷ୍ଟ ୦୭ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପୂର୍ବାହ୍ନ ୧୧ଟାରେ ଇ-କନକ୍ଲେଭରେ ନୂତନ ଶିକ୍ଷା ନୀତିରୁ କ’ଣ ଲାଭ ମିଳିବ ସେନେଇ କହିବେ । ଏହି ଇ-କନକ୍ଲେଭରେ ଉଚ୍ଚ ଶିକ୍ଷାରେ ହୋଇଥିବା ପରିବର୍ତ୍ତନ ଉପରେ ଫୋକସ ରହିବ । ପ୍ରଧାନମନ୍ତ୍ରୀ ଛାତ୍ରସମାଜକୁ କହିବେ ଯେ, ଏହି ପରିବର୍ତ୍ତନରେ ଯୁବଗୋଷ୍ଠୀଙ୍କୁ କ’ଣ ଲାଭ ମିଳିବ ।

ସୂଚନାଯୋଗ୍ୟ, ଦେଶରେ ୩୪ ବର୍ଷ ପରେ ନୂତନ ଶିକ୍ଷା ନୀତି ଘୋଷିତ ହୋଇଛି । ଏହି ପ୍ରସଙ୍ଗରେ ଆଜି ଶିକ୍ଷା ମନ୍ତ୍ରାଳୟ ଏବଂ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ତରଫରୁ ଇ-କନକ୍ଲେଭ ଆୟୋଜନ କରାଯାଇଛି । ଏହି କନକ୍ଲେଭ ପୂର୍ବାହ୍ନ ୧୦ଟାରେ ଆରମ୍ଭ ହେବ । କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି କାର୍ଯ୍ୟକ୍ରମକୁ ଦିନ ୧୧ଟାରେ ସମ୍ବୋଧନ କରିବେ । ରାଷ୍ଟ୍ରୀୟ ଶିକ୍ଷା ନୀତି ଅନୁଯାୟୀ ଉଚ୍ଚ ଶିକ୍ଷାରେ ପରିବର୍ତ୍ତନକାରୀ ସୁଧାର ଉପରେ ଆୟୋଜିତ କନକ୍ଲେଭକୁ ସେ ସମ୍ବୋଧନ କରିବେ ।

ସୂତ୍ର ଅନୁସାରେ ପ୍ରଧାନମନ୍ତ୍ରୀ ମୋଦୀ ଏହି କାର୍ଯ୍ୟକ୍ରମରେ ନୂତନ ଶିକ୍ଷା ନୀତି, ଏଥିରୁ ଲାଭ, ଗବେଷଣା ଓ ଭବିଷ୍ୟତର ଶିକ୍ଷା ଉପରେ ଆଲୋଚନା କରିପାରନ୍ତି । ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ, ଅନ୍ୟମନ୍ତ୍ରୀ ଓ ରାଷ୍ଟ୍ରୀୟ ଶିକ୍ଷା ନୀତିର ଡ୍ରାଫ୍ଟ ପ୍ରସ୍ତୁତ କରିଥିବା କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ରହିବେ । ଭାରତର ଶିକ୍ଷାରେ ପରିବର୍ତ୍ତନ ଆଣିବାରେ ଯୁବଗୋଷ୍ଠୀଙ୍କୁ କ’ଣ ଲାଭ ମିଳିବ, ଏସଂପର୍କରେ ଆଲୋଚନା ହେବ ।

By amfnews

Related Post