Fri. Dec 27th, 2024

ନୂଆ ଜର୍ସି କାରଣରୁ ଟିମକୁ କ୍ରିକେଟରେ ହାରିବାକୁ ପଡିଥିଲା : ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି

By amfnews Jul 1, 2019 #Featured
95 Views

ଶ୍ରୀନଗର:  ଆଇସିସି କ୍ରିକେଟ୍ ବିଶ୍ୱକପ୍ ୨୦୧୯ ରେ ଟିମ୍ ଇଂଲଣ୍ଡ ଟିମ୍ ଇଣ୍ଡିଆର ବିଜୟ ରଥକୁ ରୋକି ଦେଇଛି । ଇଂଲଣ୍ଡର ୩୩୭ ରନର ପିଛା କରି ଟିମ୍ ଇଣ୍ଡିଆ ୩୧ ରନରେ ପରାଜୟ ବରଣ କଲା । ତେବେ ଭାରତର ଏହି ପରାଜୟ ପରେ ଏବେ ଚାରିଆଡୁ ସମାଲୋଚନାର ସୁଅ ଦେଖିବାକୁ ମିଳିଛି । ଜମ୍ମୁ-କାଶ୍ମୀରର ପୂର୍ବ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତୀ ଇଣ୍ଡିଆର ଏହି ପରାଜୟ ଉପରେ ନିଜର ଟିପ୍ପଣୀ ରଖିଛନ୍ତି ।

ସେ ଟ୍ୱିଟ୍ କରି କହିଛନ୍ତିି , ଆପଣ ମୋର ଏହା ଅନ୍ଧବିଶ୍ୱାସ କହିପାରନ୍ତି କିନ୍ତୁ ଇଣ୍ଡିଆର ଏହି ନୂଆ ଜର୍ସି କାରଣରୁ ଟିମ୍ କୁ କ୍ରିକେଟରେ ହାରିବାକୁ ପଡିଥିଲା । ଆପଣଙ୍କୁ କହିରଖୁଛୁ ବିଶ୍ୱକପ୍ ରେ ଭାରତର ଏହା ପ୍ରଥମ ପରାଜୟ । ତାଲିକାରେ ଦ୍ୱିତୀୟ ସ୍ଥାନରେ ଥିଲେ ମଧ୍ୟ କ୍ରିକେଟରେ ଭାରତର ସ୍ୱାସ୍ଥ୍ୟ ଏବେ ବି ଠିକ୍ ରହିଛି ।

ଏବେ ଭାରତକୁ ବାଙ୍ଗଲାଦେଶ ଏବଂ ଶ୍ରୀଲଙ୍କା ସହ ଖେଳିବାର ଅଛି । ଅନ୍ୟପକ୍ଷରେ ଇଂଲଣ୍ଡ ନିଜ ୮ ଟି ମ୍ୟାଚରେ ନିଜର ୫ ମ ଜିତ୍ ହାସଲ କରିଛି । ଭାରତ ନିଜ ନିର୍ଦ୍ଧାରିତ ୫୦ ଓଭରରେ ୫ ୱିକେଟ୍ ରେ ୩୦୬ ରନ୍ କରିପାରିଛି ।ଭାରତ ତରଫରୁ ରୋହିତ୍ ଶର୍ମା ସବୁଠାରୁ ଅଧିକ ୧୦୨ ରନ୍ କରିଥିଲେ । ଅନ୍ୟପକ୍ଷରେ କ୍ୟାପଟେନ୍ କୋହଲି ୬୬ ରନରୁ ଅଧିକ କରିଥିଲେ । ପୂର୍ବ କ୍ୟାପଟେନ୍ ଧୋନି ୪୨ ରନ୍ କରିଥିବା ବେଳେ ବିଶ୍ୱକପ୍ ରେ ୨୭ ବର୍ଷ ପରେ ଭାରତ ଇଂଲଣ୍ଡ ବିପକ୍ଷରେ ହାରିଛି ।

By amfnews

Related Post