Wed. Jan 22nd, 2025

ନୂଆବର୍ଷରେ ଟ୍ରାଫିକର ନୂଆ ନିୟମ : ଗାଡିଚାଳକ ଓ ପଛରେ ବସିଥିବା ବ୍ୟକ୍ତିଙ୍କୁ ପିନ୍ଧିବାକୁ ପଡ଼ିବ ହେଲମେଟ

By Prasanta Patnaik Dec 31, 2020 #Featured
321 Views

ଭୁବନେଶ୍ବର, ଡିସେମ୍ବର ୩୧ : ଆସନ୍ତାକାଲିଠାରୁ ଗାଡିଚାଳକ ଓ ପଛରେ ବସିଥିବା ବ୍ୟକ୍ତି ହେଲମେଟ ନପିନ୍ଧିଲେ ଜରିମାନା ଆଦାୟ ହୋଇପାରେ  । ନୂଆବର୍ଷ ଆରମ୍ଭରୁ ଟ୍ରାଫିକ ନିୟମ କଡ଼ାକଡ଼ି ହେବ ବୋଲି ଯାହା ପୂର୍ବାନୁମାନ କରାଯାଉଛି ।

ବିନା ହେଲମେଟରେ ଗାଡ଼ି ଚଲାଉଥିଲେ ୧୦୦୦ ଟଙ୍କା ଜରିମାନା ଦେବାକୁ ପଡ଼ିବ ଓ ୩ ମାସ ଯାଏଁ ଡ଼୍ରାଇଭିଂ ଲାଇସେନ୍ସ ରଦ୍ଦ ହେବ । ଏନେଇ ରାଜ୍ୟ ସରକାରଙ୍କ ତରଫରୁ ନିୟମ ଜାରି କରାଯାଇଥିଲା । ତେବେ ଆସନ୍ତାକାଲି ନୂଆବର୍ଷଠାରୁ ଏହି ନିୟମ କାର୍ଯ୍ୟକାରୀ ହେବ ବୋଲି ଜଣାପଡିଛି  ।

ତେବେ ପରିବହନ ବିଭାଗ ତରଫରୁ ପୋଲିସ ମହାନିର୍ଦ୍ଦେଶକଙ୍କୁ ଏକ ଚିଠି ଲେଖି ନିୟମ ମାନୁ ନଥିବା ଚାଳକ ମାନଙ୍କ ଲାଇସେନ୍ସ ରଦ୍ଦ କରିବାକୁ ଓ ମୋଟର ଭେଇକିଲ ଆକ୍ଟ ୧୯୪ ଡ଼ି ଅନୁଯାୟୀ ଟ୍ରାଫିକ ଆଇନକୁ କଡ଼ାକଡ଼ି କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା ।

By Prasanta Patnaik

Prasanta Patnaik is one of the senior-most media personalities of Odisha. He is also one of the first founder members of the Associated Media Foundation.

Related Post