Mon. Dec 23rd, 2024

ନୂଆବର୍ଷରେ କଙ୍ଗନା ରଣାୱତଙ୍କୁ ଲାଗିଲା ଝଟକା, ଭଙ୍ଗାରୁଜା ନେଇ କରିଥିବା ଆବେଦନ ଖାରଜ

By amfnews Jan 2, 2021 #Featured
153 Views

ମୁମ୍ବାଇ, ଜାନୁଆରୀ ୦୨ : ମହାରାଷ୍ଟ୍ରର ଉଦ୍ଧବ ଠାକରେ ସରକାରଙ୍କ ବିରୋଧରେ ବିଗତ ଏକ ବର୍ଷ ହେବ ମୋର୍ଚ୍ଚା ଖୋଲିଥିବା ଅଭିନେତ୍ରୀ କଙ୍ଗନା ରଣାୱତଙ୍କୁ ନୂଆବର୍ଷର ପହିଲି ଦିନରେ କୋର୍ଟରୁ ଶକ୍ତ ଝଟକା ଲାଗିଛି । ଫ୍ଲାଟରେ ଅନାଧିକୃତ ଭଙ୍ଗାରୁଜାକୁ ନେଇ ହୋଇଥିବା ଆବେଦନ କୋର୍ଟରେ ଖାରଜ ହୋଇଯାଇଛି । କୋର୍ଟ କହିଛନ୍ତି ଯେ, କଙ୍ଗନା ନିୟମ ଉଲ୍ଲଂଘନ କରି ୩ ମହଲା ବିଶିଷ୍ଟ ଫ୍ଲାଟକୁ ନିଜ ହିସାବରେ ମର୍ଜର କରିଛନ୍ତି ।  

ଉପନଗର ଡିଣ୍ଡୋଶୀରେ ମାମଲାର ଶୁଣାଣୀ କରି ଜଜ ଏଲଏସ ଚହ୍ୱାନ ଆଦେଶରେ କହିଛନ୍ତି ଯେ, କଙ୍ଗନା ରଣାୱନ ଶହରର ଖାର ଅଂଚଳରେ ୧୬ ମହଲା କୋଠାର ୫ମ ମହଲାରେ ନିଜର ୩ଟି ଫ୍ଲାଟକୁ ଏକତ୍ର କରିଛନ୍ତି । ଏହା କରିବା ଦ୍ୱାରା ସେ ଏକ ନିଦ୍ଧିଷ୍ଟ ଅଂଚଳ, ଡକ୍ଟ ଅଂଚଳ ଓ ସାଧାରଣ ରାସ୍ତାକୁ ଅକ୍ତିଆର କରିଛନ୍ତି । ଏହା ସ୍ୱୀକୃତ ଯୋଜନାର ଗୁରୁତର ଉଲ୍ଲଂଘନ, ଏଥିପାଇଁ ଆବଶ୍ୟକ ମଂଜୁରୀ ଦରକାର ହୋଇଥାଏ । 

ଏଥି ସହିତ ଅଦାଲତ ମୁମ୍ବାଇ ମହାନଗର ନିଗମକୁ ଅନାଧିକୃକ ନିର୍ମାଣ ଭଙ୍ଗାରୁଜା ନେଇ ଆବେଦନକୁ ଖାରଜ କରିଦେଇଛନ୍ତି । ଅଦାଲତଙ୍କ ଏହି ଆଦେଶକୁ ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ଲାଗି ଝଟକା ସଦୃଶ । ବିଏମସି ୨୦୧୮ ମାର୍ଚ୍ଚରେ କଙ୍ଗନାକୁ ଏହି ଫ୍ଲାଟର ଅନାଧିକୃତ ନିର୍ମାଣ କାର୍ଯ୍ୟ ନେଇ ନୋଟିସ ଜାରି କରିଥିଲା । 

By amfnews

Related Post