Tue. Dec 24th, 2024

ନୂଆବର୍ଷରୁ ନୂଆ ନିୟମ : ବ୍ୟାଙ୍କ ଠକେଇ ରୋକିବା ପାଇଁ ବଦଳିବ ଚେକ ପେମେଣ୍ଟ ପ୍ରକ୍ରିୟା

By amfnews Sep 26, 2020 #Featured
153 Views

ନୂଆଦିଲ୍ଲୀ, ସେପ୍ଟେମ୍ବର ୨୬ :

ବ୍ୟାଙ୍କ ଠକେଇକୁ ରୋକିବା ପାଇଁ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। 2021 ଜାନୁୟାରୀ ପହିଲାରୁ ଚେକ୍ ପାଇଁ ଏକ ପଜିଟିଭ ପେ ସିଷ୍ଟମ ବ୍ୟବସ୍ଥା ଲାଗୁ ହେବ ।

ପଜିଟିଭ୍ ପେ ସିଷ୍ଟମ୍ ଅଧୀନରେ 50,000 ଟଙ୍କାରୁ ଅଧିକ ପେଡ୍ ହୋଇଥିବା ଚେକ୍ ପାଇଁ ଗୁରୁତ୍ୱପୂର୍ଣ୍ଣ ପ୍ରକ୍ରିୟା ଲାଗୁ ହେବ । ଏହି ସିଷ୍ଟମରେ ଚେକ୍ ପ୍ରଦାନକାରୀଙ୍କୁ ଏସଏମଏସ, ମୋବାଇଲ୍ ଆପ୍, ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍ କିମ୍ବା ଏଟିଏମ୍ ପରି ଇଲେକ୍ଟ୍ରୋନିକ୍ ମାଧ୍ୟମରୁ ଚେକ୍ ବିଷୟରେ କିଛି ସର୍ବନିମ୍ନ ବିବରଣୀ ଦେବାକୁ ପଡିବ ।

ସେଥିରେ ହିତାଧିକାରୀଙ୍କ ନାମ, ଦେୟ ପରିମାଣ ଓ ତାରିଖ ବିଷୟରେ ସୂଚନା ଦେବାକୁ ପଡିବ । ଦେୟ ପାଇଁ ଚେକ୍ ଉପସ୍ଥାପନ କରିବା ପୂର୍ବରୁ ଏହି ବିବରଣୀଗୁଡିକ ଯାଞ୍ଚ କରାଯିବ । ବ୍ୟତିକ୍ରମ ରହିଲେ ପେମେଣ୍ଟ ବ୍ୟାଙ୍କ ଏବଂ ଉପସ୍ଥାପନକାରୀ ବ୍ୟାଙ୍କକୁ ସୂଚନା ଦିଆଯିବ । ଏହାକୁ ସଂଶୋଧନ କରିବା ପାଇଁ ପଦକ୍ଷେପ ନିଆଯିବ ।

ଆରବିଆଇ ଅନୁଯାୟୀ, ଏହି ସୁବିଧା ଉପଯୋଗ କରିବା ନିଷ୍ପତ୍ତି ଆକାଉଣ୍ଟଧାରୀଙ୍କ ଉପରେ ନିର୍ଭରଶୀଳ । ତେବେ 5 ଲକ୍ଷ ଟଙ୍କା ଏବଂ ତଦୁର୍ଦ୍ଧ୍ୱ ପରିମାଣର ଚେକ୍ ପାଇଁ ବ୍ୟାଙ୍କଗୁଡିକ ଏହି ବ୍ୟବସ୍ଥା ବାଧ୍ୟତାମୂଳକ କରିପାରିବେ। ଏହି ବ୍ୟବସ୍ଥା ଜାନୁୟାରୀ ପହିଲାରୁ କାର୍ଯ୍ୟକାରୀ ହେବ ବୋଲି କେନ୍ଦ୍ରୀୟ ବ୍ୟାଙ୍କ ସୂଚନା ଦେଇଛି ।

ଗ୍ରାହକମାନଙ୍କୁ ଏସଏମଏସ ମାଧ୍ୟମରେ ଏ ବିଷୟରେ ଅବଗତ କରାଇବାକୁ କୁହାଯାଇଛି। ଏହା ସହିତ ବ୍ୟାଙ୍କଗୁଡ଼ିକ ସେମାନଙ୍କର ଶାଖା, ଏଟିଏମ୍ ଏବଂ ସେମାନଙ୍କର ୱେବସାଇଟ୍ ଏବଂ ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍ ବିଷୟରେ ସମ୍ପୂର୍ଣ୍ଣ ସୂଚନା ଦେବେ ।

By amfnews

Related Post