Fri. Mar 6th, 2026

ନୀଳଗିରିରେ ହାତୀ ଉପଦ୍ରବ

328 Views

Oct.30.10:

ନୀଳଗିରି : ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ୍‌ ଅନ୍ତର୍ଗତ ଗୋପାଳପୁର ଜଙ୍ଗଲରେ ହାତୀ ଉପଦ୍ରବ ଦେଖିବାକୁ ମିଳିଛି। ଆଜି ଭୋର ସମୟରେ ୩୪ଟି ଝାଡ଼ଖଣ୍ଡୀ ହାତୀ ଜଙ୍ଗଲ ଭିତରେ ପଶିଥିବା ଜଣାପଡ଼ିଛି।

୩୪ଟି ଝାଡ଼ଖଣ୍ଡୀ ହାତୀ ପଲ ମଧ୍ୟରେ ଦୁଇଟି ଛୁଆ ହାତୀ ଅଛନ୍ତି।

ସେପଟେ ହାତୀ ଉପଦ୍ରବ ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ବ୍ୟାପକ ଧାନ ଫସଲ ନଷ୍ଟ ହୋଇଥିବା ସୂଚନା ମିଳିଛି। ଏନେଇ ଲୋକେ ଆତଙ୍କିତ ହୋଇପଡିଛନ୍ତି।

ଝାଡ଼ଖଣ୍ଡ ଦଲମା ଜଙ୍ଗଲରୁ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ବିଭିନ୍ନ ରାସ୍ତା ଦେଇ ହାତୀପଲ ଗୋପାଳପୁର ସଂରକ୍ଷିତ ଜଙ୍ଗଲ ନିକଟରେ ପହଞ୍ଚିଛନ୍ତି।

ବନ ବିଭାଗ ପକ୍ଷରୁ ପୂର୍ବରୁ ଡାକବାଜି ଯନ୍ତ୍ର ମାଧ୍ୟମରେ ଲୋକଙ୍କୁ ସଚେତନ କରାଯାଇଥିଲେ। ବନ ବିଭାଗ ହାତୀଙ୍କ ଗତିବିଧି ଉପରେ ନଜର ରଖିଥିବା ଜଣାପଡ଼ିଛି।

By amfnews

Related Post