Tue. Dec 24th, 2024

ନୀରବ ମୋଦୀ ପ୍ରତ୍ୟାର୍ପଣ ମାମଲା: ବ୍ରିଟିଶ କୋର୍ଟରେ ସାକ୍ଷ୍ୟ ପ୍ରଦାନ କଲେ ସୁପ୍ରିମ କୋର୍ଟଙ୍କ ପୂର୍ବତନ ଜଜ କାଟଜୁ

By amfnews Sep 12, 2020 #Featured
190 Views

ନୂଆଦିଲ୍ଲୀ, ସେପ୍ଟେମ୍ବର ୧୨  : ସୁପ୍ରିମ କୋର୍ଟର ଅବସରପ୍ରାପ୍ତ ବିଚାରପତି ମାର୍କଣ୍ଡେୟ କାଟଜୁ ଶୁକ୍ରବାର ଭାରତରୁ ଲାଇଭ ଭିଡିଓ ଲିଙ୍କ ଜରିଆରେ ପଳାତକ ହୀରା ବ୍ୟବସାୟୀ ନୀରବ ମୋଦୀଙ୍କ ପ୍ରତ୍ୟାର୍ପଣ ମାମଲାରେ ହୀରା ବ୍ୟବସାୟୀ ତରଫରୁ ସାକ୍ଷ୍ୟ ପ୍ରଦାନ କରିଛନ୍ତି । ଏହି ସମୟରେ ସେ କହିଛନ୍ତି ନୀରବ ମୋଦୀଙ୍କୁ ଭାରତରେ ସ୍ୱତନ୍ତ୍ର ଓ ନିଷ୍ପକ୍ଷ ଶୁଣାଣୀର ସୁଯୋଗ ମିଳିପାରିବ ନାହିଁ ।

୫ ଦିନିଆ ଶୁଣାଣୀର ଶେଷ ଦିନରେ ଜଷ୍ଟିସ ସାମୁଏଲ ଗୁଜୀ କାଟଜୁଙ୍କ ବିସ୍ତୃତ ସାକ୍ଷ୍ୟ ଶୁଣିବା ପରେ ମାମଲାର ଶୁଣାଣୀ ଆଗାମୀ ନଭେମ୍ବର ୩ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି । ନଭେମ୍ବର ୩ରେ ଭାରତୀୟ ଅଧିକାରୀଙ୍କ ତରଫରୁ ଦାଖଲ ଦିଆଯାଇଥିବା ସମସ୍ତ ପ୍ରମାଣ ସ୍ୱୀକାର୍ଯ୍ୟତା ସହିତ ଜଡ଼ିତ ତଥ୍ୟ ଆଧାରରେ ଶୁଣାଣୀ ହେବ । 

ପଳାତକ ହୀରା ବ୍ୟବସାୟୀ ନୀରବ ମୋଦୀ ପଂଜାବ ନ୍ୟାସନାଲ ବ୍ୟାଙ୍କକୁ ୨ ମିଲିୟନ ଡଲାର ଋଣ ନେଇଛି ଏବଂ ମନି ଲାଣ୍ଡ୍ରିଙ୍ଗ ଅଭିଯୋଗ ରହିଛି । କାଟଜୁ ଲିଖିତ ଏବଂ ମୌଖିକ ଭାବରେ ଦାବି କରିଛନ୍ତି ଯେ, ଭାରତରେ ନ୍ୟାୟପାଳିକାର ଅଧିଂକାଠ ଅଂଶ ଭ୍ରଷ୍ଟ ହୋଇଛି । ତେଣୁ ନୀରବ ମୋଦୀଙ୍କୁ ଭାରତରେ ନିଷ୍ପକ୍ଷ ଶୁଣାଣୀର ସୁଯୋଗ ମିଳିବ ନାହିଁ ।

By amfnews

Related Post