Thu. Dec 26th, 2024

ନୀତି ଆୟୋଗର ପରାମର୍ଶ: ସିଭିଲ ସେବା ପରୀକ୍ଷା ପାଇଁ ସର୍ବାଧିକ ବୟସ ହେଉ ୨୭ ବର୍ଷ

By amfnews Dec 20, 2018 #Featured
203 Views

ନୂଆଦିଲ୍ଲୀ, ଡିସେମ୍ବର ୨୦ : କେନ୍ଦ୍ର ସରକାରଙ୍କ ଥିଙ୍କ ଟେକ୍ ‘ନୀତି ଆୟୋଗ’ ସିଭିଲ ସେବା ପ୍ରାର୍ଥୀଙ୍କ ସର୍ବାଧିକ ବୟସ କମ କରିବାକୁ ପରାମର୍ଶ ଦେଇଛନ୍ତି । ଆୟୋଗ କହିଛନ୍ତି, ସିଭିଲ ସେବାରେ ସାଧାରଣ ବର୍ଗର ପ୍ରାର୍ଥୀମାନଙ୍କ ବୟସ ବର୍ତ୍ତମାନ ସର୍ବାଧିକ ୩୦ ରୁ ହ୍ରାସ କରି ୨୭ କରି ଦିଆଯିବା ଦରକାର । ସର୍ବାଧିକ ବୟସ ୨୦୨୨-୨୩ ଯାଏଁ ଲାଗୁ କରି ଦିଆଯିବା ଦରକାର । ଆୟୋଗ ପରାମର୍ଶ ଦେଇଛନ୍ତି ଯେ, ସମସ୍ତ ସିଭିଲ ସେବା ପାଇଁ କେବଳ ଗୋଟିଏ ପରୀକ୍ଷା ହେବା ଆବଶ୍ୟକ ।

ସମସ୍ତ ସେବାରେ ଭର୍ତ୍ତି ପାଇଁ ସେଣ୍ଟ୍ରାଲ ଟେଲେଣ୍ଟ ପୁଲ ଗଠନ କରିବାକୁ ନୀତି ଆୟୋଗ ପରାମର୍ଶ ଦେଇଛନ୍ତି । ଏଥିରେ ପ୍ରାର୍ଥୀ ନିଜର ଦକ୍ଷତା ଅନୁସାରେ ବିଭିନ୍ନ ସେବା ପାଇଁ ପରୀକ୍ଷା ଦେଇପାରିବେ । ନୀତି ଆୟୋଗର ରିପୋର୍ଟ ‘ଷ୍ଟ୍ରାଟିଜି ଫର ନ୍ୟୁ ଇଣ୍ଡିଆ ଅ୭୫ରେ ପରାମର୍ଶ ଦିଆଯାଇଛି ଯେ ସିଭିଲ ସେବାରେ ସମାନତା ଆଣିବା ପାଇଁ ସଂଖ୍ୟା ମଧ୍ୟ କମ କରାଯାଉ । ସୂଚନାଯୋଗ୍ୟ ବର୍ତ୍ତମାନ ପରିପ୍ରେକ୍ଷୀରେ କେନ୍ଦ୍ର ଏବଂ ରାଜ୍ୟ ସ୍ତରରେ ୬୦ରୁ ଅଧିକ ଭିନ୍ନ ଭିନ୍ନ ପ୍ରକାରର ସିଭିଲ ସେବା ରହିଛି ।

ବର୍ତ୍ତମାନ ସିଭିଲ ସେବାରେ ଚୟନ ହେଉଥିବା ପ୍ରାର୍ଥୀଙ୍କ ବୟସ ସାଢ଼େ ୨୫ ବର୍ଷ ଏବଂ ଭାରତର ଏକ ତୃତୀୟାଂଶ ଲୋକଙ୍କ ବୟସ ୩୫ ବର୍ଷରୁ କମ । ରିପୋର୍ଟରେ ପରାମର୍ଶ ଦିଆଯାଇଛି ଯେ, ଚାକିରିଆମାନଙ୍କୁ ଉଚ୍ଚସ୍ତରରେ ବିଶେଷଜ୍ଞଙ୍କ ଲେଟରାଲ ଏଣ୍ଟ୍ରିକୁ ମଧ୍ୟ ବଢ଼ାଇ ଦିଆଯିବା ଦରକାର ।

By amfnews

Related Post