Sun. Jun 8th, 2025

ନିୟମିତ ଜହ୍ନି ଖାଇଲେ ରହିବ ନାହିଁ ଏସବୁ ଶାରୀରିକ ସମସ୍ୟା!

By amfnews Sep 16, 2018 #Featured
663 Views

ସବୁଜ ପନିପରିବା ଖାଇଲେ ରକ୍ତ ସୃଷ୍ଟି ହୋଇଥାଏ। ଏହା ଶରୀରରେ ରୋଗ ପ୍ରତିରୋଧକ କ୍ଷମତା ମଧ୍ୟ ବଢ଼ାଇବାରେ ସହାୟକ ହୋଇଥାଏ। ତା’ସହିତ ରକ୍ତରେ ହେମୋଗ୍ଲୋବିନ୍‌ର ସ୍ତର ମଧ୍ୟ ବଢ଼ିଥାଏ। ଏହା ଆମ ଶରୀରକୁ କେତେକ ରୋଗ ଦାଉରୁ ବି ରକ୍ଷା କରିଥାଏ। ଜହ୍ନି ଏକ ଲୋକପ୍ରିୟ ପରିବା। ଏହାକୁ ରାଇ କରି କେହି ଖାଇଥାଆନ୍ତି ତ ପୁଣି ଜହ୍ନି ତରକାରୀ ଭାବେ ମଧ୍ୟ ସେବନ କରିଥାନ୍ତି। ତେବେ ଜହ୍ନି ପୋସ୍ତକ ହେଉଛି ସବୁଠାରୁ ଲୋକପ୍ରିୟ ବ୍ୟଞ୍ଜନ।
ଏବେ ଆସନ୍ତୁ ଜାଣିବା ଜହ୍ନି ଖାଇଲେ କି ଉପକାର ମିଳେ?….


ପ୍ରଥମତଃ ଏହା ଶରୀର ମଧ୍ୟରୁ ଶୁଷ୍କତା ଦୂର କରିଥାଏ। ଏହାକୁ ନିୟମିତ ଭାବେ ଖାଇଲେ ଦୃଷ୍ଟିଶକ୍ତି ତେଜିୟାନ୍‌ ହୋଇଥାଏ।
ଜହ୍ନି ଖାଇଲେ କୋଷ୍ଠକାଠିନ୍ୟତା ଦୂର ହୋଇଥାଏ। ନିୟମିତ ଭାବେ ଜହ୍ନି ଖାଇଲେ ରକ୍ତରୁ ଦୂଷିତ ଦ୍ରବ୍ୟ ଦୂର ହୋଇଥାଏ ଓ ରକ୍ତ ଶୁଦ୍ଧ ହୋଇଥାଏ। ଏହା ଯକୃତକୁ ମଧ୍ୟ ସୁସ୍ଥ ରଖିବାରେ ସହାୟକ ହୋଇଥାଏ। ଯଦି ଷ୍ଟୋନ୍‌ ହୋଇଛି ତେବେ ସେହି ରୋଗୀଙ୍କ ପାଇଁ ହଜ୍ନି ହେଉଛି ମହୌଷଧି। ଆୟୁର୍ବେଦ ଅନୁଯାୟୀ ପ୍ରତିଦିନ ସକାଳେ ଜହ୍ନି ରସକୁ ଗାଇ ଦୁଧ ଓ ଥଣ୍ଡା ଜଳରେ ମିଶାଇ ପିଇଲେ ଷ୍ଟୋନ୍‌ ସମସ୍ୟା ଦୂରୀଭୂତ ହୋଇଥାଏ । ଅତିକମ୍‌ରେ ତିନି ଦିନ ଯାଏଁ ଏଭଳି କରିବାକୁ ପଡ଼ିବ।

By amfnews

Related Post