Fri. Mar 6th, 2026

ନିଶା କାରବାରକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ: ଜଣଙ୍କର ମୃତ୍ୟୁ, ଜଣେ ଗୁରୁତର

187 Views

ସମ୍ବଲପୁର: ସମ୍ବଲପୁର ସହରର ଅଇଁଠାପାଲି ଥାନା କରମଟୋଲି ଅଞ୍ଚଳରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଯୋଗୁଁ ଜଣଙ୍କର ମୃତ୍ୟୁ ହୋଇଥିବା ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି। ଏଥିରେ ଜଣେ ଗୁରୁତର ବି ହୋଇ ବୁର୍ଲା ଭିମସାରରେ ଚକିତ୍ସିତ ହେଉଥିବା ଜଣାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଅଇଁଠାପାଲି ଥାନା କରମଟୋଲି ଅଞ୍ଚଳରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା। ପ୍ରଥମେ ଉଭୟ ଗୋଷ୍ଠୀ ମଧ୍ୟରେ ନିଶା କାରବାରକୁ ନେଇ ବଚସା ହୋଇଥିଲା। ପରେ ଏହା ତୀବ୍ର ରୂପ ଧାରଣ କରିଥିଲା। ଏହାପରେ ଏକ ଗୋଷ୍ଠୀର ଆକ୍ରମଣରେ କରମଟୋଲି ଗାଁର ସୋନୁ ଖାଡ଼ିଆ(୨୪) ନାମକ ଜଣେ ଯୁବକ ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ। ଏଥିରେ ସେହି ଗାଁର ଉମେଶ ମୁଣ୍ଡା(୨୨) ନାମକ ଜଣେ ଯୁବକ ଗୁରୁତର ହୋଇଥିଲେ।

ଖବର ପାଇ ଅଇଁଠାପାଲି ଥାନା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ସୋନୁ ଖାଡ଼ିଆର ମୃତ ଶରୀରକୁ ଜବତ କରି ବ୍ୟବଚ୍ଛେଦ ଲାଗି ପଠାଇଥିଲା। ଏଣେ ଉମେଶ ମୁଣ୍ଡାକୁ ବୁର୍ଲାର ଭିମସାରରେ ଭର୍ତ୍ତି କରିଥିବା ଜଣାଯାଇଛି। ଉମେଶ ମୁଣ୍ଡାର ବୟାନ୍ ଆଧାରରେ ପୁଲିସ ଦୁଇଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଥିବାର ସୂଚନା ମିଳିଛି।

By amfnews

Related Post