Sun. Mar 8th, 2026

ନିର୍ଭୟା ଦୋଷୀଙ୍କୁ ଫାଶୀ ଦେବା ପାଇଁ ଘାତକ ମଗାଇଲେ ତିହାର ଜେଲ୍ କତ୍ତୃପକ୍ଷ

217 Views

ନୂଆଦିଲ୍ଲୀ : ନିର୍ଭୟା ମାମଲାରେ ଫାଶୀ ପାଇବେ ୪ ଦୋଷୀ। ୨୨ ଜାନୁଆରୀ ସକାଳ ୭ରେ ହେବାକୁ ଥିବା ଏହି ଫାଶୀ ପ୍ରକ୍ରିୟା ପାଇଁ ନାହାନ୍ତି ଆବଶ୍ୟକ ଧାତକ। ତେଣୁ ଉତ୍ତର ପ୍ରଦେଶରୁ ୨ ଘାତକ ମଗାଇଛନ୍ତି ତିହାର ଜଲେ କତ୍ତୃପକ୍ଷ। ନିର୍ଭୟା ମାମଲାର ଦୋଷୀଙ୍କୁ ଫାଶୀ ଦେବା ପାଇଁ ୨ ଘାତକ ଜରୁରୀକାଳୀନ ଭାବରେ ଆବଶ୍ୟକ ରହିଛି ବୋଲି ଚିଠି ଜରିଆରେ ତିହାର ଜେଲ କତ୍ତୃପକ୍ଷ ଉତ୍ତର ପ୍ରଦେଶର ନିଜ ସମସ୍କନ୍ଧ ଅଫିସରଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି।

ଏହି ୨ ଘାତକ ଖୁବଶୀଘ୍ର ଦିଲ୍ଲୀ ପହଞ୍ଚିବେ ବୋଲି ଜଣାପଡ଼ିଛି। ତେବେ ଏହି ୨ ଘାତକ କିଏ ସେ ନେଇ ମଧ୍ୟ ଆରମ୍ଭ ହୋଇଛି ଚର୍ଚ୍ଚା। ଜଣେ ମରେଠ ଜେଲର ଘାତକ ପବନ ବୋଲି ଆକଳନ କରାଯାଉଥିବା ବେଳେ ଅନ୍ୟ ଜଣେ ଘାତକ ପାଇଁ ଖୋଜା ଚାଲିଛି ବୋଲି ବୋଲି ସୂଚନା ରହିଛି।

By amfnews

Related Post