Sat. Mar 7th, 2026

ନିର୍ବାଚନ ବିଗୁଲ ବାଜିବା ପରେ ମାଲକାନିଗିରିରେ ପୁଣି ମାତିଲେ ମାଓବାଦୀ, ଜଣଙ୍କର ଗଳା କାଟି ହତ୍ୟା

170 Views

ମାଲକାନଗିରି: ବେଶ କିଛି ଦିନର ନିରବତା ପରେ ପୁଣି ମାଲକାନଗିରିରେ ମାତିଲେ ମାଓବାଦୀ। ଗତକାଲି ରାତିରେ ମାଓବାଦୀମାନେ ଜଣେ ଯୁବକଙ୍କୁ ଗଳା କାଟି ହତ୍ୟା କରିବା ସହ ରାସ୍ତା କାମରେ ନିୟୋଜିତ ଜେସିବି ଏବଂ ଟ୍ରାକ୍ଟର ଜାଳିଦେଇଥିବାର ଖବର ମିଳିଛି।

ପ୍ରାପ୍ତ ସୂଚନା ଅନୁଯାୟୀ ଗତକାଲି ସନ୍ଧ୍ୟା ୭ଟାରେ ମାତିଲି ବ୍ଲକ୍‌ ଅନ୍ତର୍ଗତ ଡୁମୁରିଗୁଡାରେ ୨୦ ରୁ ୩୦ ସଶସ୍ତ୍ର ମାଓବାଦୀ ପହଞ୍ଚିଥିଲେ। ସେଠି ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ଚାଲିଥିବା ଠିକାଦାରଙ୍କ ଶିବିରରେ ପହଞ୍ଚିଥିଲେ। ସେଠାରେ ଠିକାଦାରଙ୍କ ଜଣେ ସଂର୍ପକୀୟ ଗୁପ୍ତ ସ୍ୱାଇଁଙ୍କୁ ନିସ୍ତୁକ ମାଡ ମାରି ପରେ ବେକ କାଟି ହତ୍ୟା କରିଥିଲେ। ଅନ୍ୟ ଜଣେ କର୍ମଚାରୀ କାହ୍ନ ମୁର୍ମୁର ବେକ କାଟି ଓ ନିସ୍ତୁକ ମାଡ ମାରିଥିଲେ। ସେ ଖସି ଆସିଥିଲା । ଏବେ ସେ ମେଡିକାଲରେ ଚିକିତ୍ସିତ ହେଉଥିବାର ଖବର ମିଳିଛି।

ଏହାପରେ ମାଓବାଦୀମାନେ ରାସ୍ତା କାମରେ ଲଗାଯାଉଥିବା ଗୋଟିଏ ଜେସିବି  ଓ ଗୋଟିଏ ଟ୍ରାକ୍ଟର ପୋଡି ଦେଇଛନ୍ତି । ତୁରନ୍ତ କାମ ବନ୍ଦ କରିବାର ଧମକ ଦେଇ ପୋଷ୍ଟର ମାରି ମାଓବାଦୀମାନେ ସ୍ଥାନ ଛାଡି ଚାଲିଯାଇଥିଲେ। ନିର୍ବାଚନ ବିଗୁଲ ବାଜିବା ପରେ ମାଲକାନିଗିରିରେ ମାଓବାଦୀମାନେ ଅଧିକ ସକ୍ରିୟ ହୋଇଥିବା ହେତୁ ଏବଂ ଏଭଳି ବର୍ବର କାଣ୍ଡ ଭିଆଇଥିବା ହେତୁ ଜିଲ୍ଲାରେ ଭୟର ବାତାବରଣ ଦେଖାଦେଇଛି।

By amfnews

Related Post