Sat. Nov 23rd, 2024

ନିର୍ବାଚନ, ଗଣମାଧ୍ୟମ ଓ ଅବହେଳିତ ସାମ୍ବାଦିକମାନେ

By amfnews Apr 3, 2019 #Featured
202 Views

ପ୍ରଶାନ୍ତ ପଟ୍ଟନାୟକ

ଚଳିତ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ସମସ୍ତ ରାଜନୈତିକ ଦଳ ମଧ୍ୟରେ ପ୍ରବଳ ତତ୍ପରତା ପ୍ରକାଶ ପାଇଛି । ପ୍ରତିଟି ରାଜନୈତିକ ଦଳ ବିଯୟ ହାସଲ କରିବା ପାଇଁ ଦେଶର ଜନସାଧାରଣଙ୍କୁ ଗଦାଗଦା ପ୍ରତିଶୃତିରେ ପୋତିପକାଉଛନ୍ତି । କଂଗ୍ରେସ ଦଳ ତାହାର ନିର୍ବାଚନ ଇସ୍ତାହାରରେ ବେକାର ଯୁବକ ଯୁବତୀମାନଙ୍କୁ ନିଯୁକ୍ତି ଦେବା ପାଇଁ ୨୨ଲକ୍ଷ ପଦ ପୂରଣ କରିବେ ବୋଲି ଉଲ୍ଲେଖ କରିବା ସଙ୍ଗେ ସଙ୍ଗେ ଗରିବଙ୍କୁ ବାର୍ଷିକ ୭୨ ହଜାର ଟଙ୍କାର ଭତ୍ତା ପରିବର୍ତ୍ତିତ ଏକକ ଜିଏସ୍ଟି ବ୍ୟବସ୍ତା, ନ୍ୟାୟ, ରୋଜଗାର, ଶିକ୍ଷ, ସ୍ୱାସ୍ଥ ଓ କୃଷକମାନଙ୍କ ଉନ୍ନତି ପାଇଁ ଅନେକ ଗୁଡ଼ିଏ ପ୍ରତିଶୃତି ରଖିଛି । ସେହିଭଳି ବିଜେପି ମୁଖ୍ୟତଃ ‘ଏକ ଭାରତ…. ଶ୍ରେଷ୍ଠ ଭାରତ’, ‘ସବ୍କା ସାଥ ସବ୍କା ବିକାଶ’ର ପ୍ରତିଶୃତି ଦେଇଛି ।

ସେହିଭଳି ବିଭିନ୍ନ ସର୍ବଭାରତୀୟ ରାଜନୈତିକ ଦଳ ଏବଂ ପ୍ରାନ୍ତିୟଦଳ ଗୁଡ଼ିକ ନିର୍ବାଚନ ପାଇଁ ଅନେକ ଲୋଭନୀୟ ପ୍ରତିଶୃତି ଦେଇ ଭୋଟ ଦାତାମାନଙ୍କୁ ପ୍ରଭାବିତ କରିବା ନିମନ୍ତେ ଉଦ୍ୟମରତ ଅଟନ୍ତି । ଯେଉଁ ରାଜନୈତିକ ଦଳଗୁଡ଼ିକ ବିଭିନ୍ନ ପ୍ରଦେଶରେ ଏବଂ କେନ୍ଦ୍ରରେ ଶାସନ ଦାଇତ୍ୱରେ ଥିଲେ ସେମାନେ ଜନସାଧାରଣଙ୍କ ପାଇଁ କି କି ପ୍ରତିଶୃତି ଦେଇଥିଲେ ଓ ସେଗୁଡ଼ିକ ମଧ୍ୟରୁ କେତେ ଗୋଟି ପୁରଣ କରିଛନ୍ତି ସେ ସମ୍ପର୍କରେ ସାମ୍ୟକ୍ ସୂଚନା ଦେବା ସହ ନିର୍ବାଚନ ପାଇଁ ଅନେକ ଗୁଡ଼ିଏ ପ୍ରତିଶୃତି ମଧ୍ୟ ଦେଉଛନ୍ତି । ରାଜନୈତିକ ନେତୃବୃନ୍ଦ ଏବଂ ଦଳର କର୍ମିମାନେ ମୁଖ୍ୟତଃ ପରସ୍ପର ପ୍ରତି ଦୋଷାରୋପ ଏବଂ କୁଚ୍ଛାରୋଟନା କରିବା ଲାଗି କୁଣ୍ଠିତ ମଧ୍ୟ ହେଉନାହେନ୍ତି ।

ଯଦିଓ ନିଜନିଜ ଦଳ ଓ ବ୍ୟକ୍ତିତ୍ୱର ପ୍ରଚାର ପାଇଁ ମୁଦ୍ରିତ ବୈଦୁଦିକ ଏବଂ ସାମାଜିକ ଗଣମାଧ୍ୟମକୁ ଅସ୍ତ୍ର ଭାବରେ ବ୍ୟବହାର କରିବା ଲାଗି ରାଜନୈତିକ ଦଳର ନେତାମାନେ ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି ଏବଂ ଏଥିପାଇଁ ହଜାର ହଜାର କୋଟି ଟଙ୍କା ବ୍ୟୟ କରାଯାଉଛି ମାତ୍ର ବିଳମ୍ବନା ହେଉଛି ଯେ ଗଣମାଧ୍ୟମ ଗୁଡ଼ିକରେ କର୍ତ୍ତବ୍ୟରତ ଦେଶର ସାମ୍ବାଦିକମାନଙ୍କ ଆର୍ଥିକ ଓ ସାମାଜିକ ନିରାପତ୍ତା ଦିଗରେ କୌଣସି ରାଜନେତା ପଦୁଟିଏ ହେଲେ ଉଚ୍ଚାରଣ କରୁନାହେନ୍ତି କିମ୍ବା ପ୍ରତିଶୃତି ମଧ୍ୟ ହେଉନାହେନ୍ତି ।

ମୁଦ୍ରିତ ଗଣମାଧ୍ୟମ ହେଉ ବା ବୈଦୁଦିକ ଗଣମାଧ୍ୟମ ହେଉ ତାହାର ମାଲିକାନା ସ୍ୱଳ୍ପ ସଂଖ୍ୟକ ପୁଞ୍ଜିପତି, ରାଜନେତା, ବ୍ୟବସାୟୀମାନଙ୍କ ହାତରେ ରହିଛି । ସେମାନଙ୍କର ସଂଖ୍ୟା ନଗଣ୍ୟ ହେଲେ ମଧ୍ୟ ସେମାନେ ଅତ୍ୟନ୍ତ ପ୍ରଭାବଶାଳୀ ହୋଇଥିବାରୁ ରାଜନୈତିକ ନେତାମାନେ ସେମାନଙ୍କ ସମର୍ଥନ ପାଇବା ଉଦେ୍ଧଶ୍ୟରେ ସେହି ମୁଦ୍ରିତ ବା ବୈଦୁଦିକ ଗଣମାଧ୍ୟମକୁ ହଜାର ହଜାର କୋଟି ଟଙ୍କାର ବିଜ୍ଞାପନ ଦେଇଚାଲିଛନ୍ତି ଅଥଚ ଉକ୍ତ ଗଣମାଧ୍ୟମ ସଂସ୍ଥା ଗୁଡ଼ିକରେ ଜୀବିକା ନିର୍ବାହ ପାଇଁ କାର୍ଯ୍ୟରତ ଲକ୍ଷଲକ୍ଷ ଗଣମାଧ୍ୟମ କର୍ମିଙ୍କ ଚାକିରିରୁ ନିରାପତ୍ତା ଓ ସେମାନଙ୍କ ସାମାଜିକ ସୁରକ୍ଷା ନିମନ୍ତେ ପ୍ରଧାନମନ୍ତ୍ରୀ ମୋଦି ଜୀଙ୍କ ଠାରୁ ଆରମ୍ଭ କରି ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ କେହିହେଲେ କୌଣସି ପଦକ୍ଷେପ ନେଉନାହେନ୍ତି । ସରକାରି ଓ ଘରୋଇ ସଂସ୍ଥାମାନଙ୍କର କର୍ଯ୍ୟରତ କର୍ମଚାରୀ, ଶ୍ରମିକ, କୃଷକ ସମସ୍ତଙ୍କ ସାମାଜିକ ନିରାପତ୍ତା ପାଇଁ ପେନ୍ସନ୍ର ବ୍ୟବସ୍ଥା ରହିଥିଲେ ମଧ୍ୟ ସାମ୍ବାଦିକମାନଙ୍କ ପାଇଁ ଅଦ୍ୟାବଧି କୌଣସି ପଦକ୍ଷେପ ନିଆଯାଇ ନାହିଁ ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ତାଙ୍କ ଦଳର ତୁଙ୍ଗ ନେତୃବୃନ୍ଦ ଏବଂ ଶାସନ କ୍ଷମତାରେ ଥିବା ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦ ସାମ୍ବାଦିକମାନଙ୍କୁ ଏଭଳି ସ୍ୱଚ୍ଚନୀୟ ଭାବରେ ଅଣଦେଖା କରିବାର କାରଣ ବା ଏହାର ଯଥାର୍ଥତା ବିଷୟରେ ପଦେହେଲେ ମୁଁହ ଖୋଲିନାହେନ୍ତି । ବିଭିନ୍ନ ସମୟରେ ସାମ୍ବାଦିକମାନେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କ ସହ ସାକ୍ଷାତ ଓ ଆଲୋଚନାର ସୁଯୋଗ ପାଉଥିଲେ ମଧ୍ୟ ଦେଶର ସମସ୍ତ କର୍ତ୍ତବ୍ୟରତ ପେଶାଦର ସମ୍ବାଦିକମାନଙ୍କ ପାଇଁ ପେନ୍ସନ୍ ର ବ୍ୟବସ୍ଥ କରିବା ଲାଗି କେହି କେବେହେଲେ ଦାବି କରିନାହେନ୍ତି ଅଥବା ପ୍ରସ୍ତାବ ମଧ୍ୟ ନେଇନାହେନ୍ତି ।

ଆମ ଦେଶର ଯେଉଁ ଅର୍ଥନିତିଜ୍ଞ, ଚିନ୍ତା ନାୟକ ଓ ବୁଦ୍ଧିଜୀବିମାନେ ସବୁ ଶ୍ରେଣିର ବ୍ୟକ୍ତିମାନଙ୍କ ମଙ୍ଗଳ ପାଇଁ ଯୋଜନା କରୁଛନ୍ତି ସେମାନେ ସମାଜରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇ ସବୁଶ୍ରେଣୀର ଲୋକମାନଙ୍କର ସ୍ୱାର୍ଥରକ୍ଷା ପାଇଁ କର୍ଯ୍ୟରତ ସାମ୍ବାଦିକମାନଙ୍କ କଥା ଭୁଲିଯିବା ନିଶ୍ଚିତ ଭାବରେ ଏହି ପେଷାରେ ଥିବା ପ୍ରତେକଙ୍କୁ ସ୍ୱଚନୀୟ ଭାବରେ ବ୍ୟଥିତ କରୁଛି ଏଥିରେ ସନ୍ଦେହ ନାହିଁ । ଏହି ନିର୍ବାଚନ ସମୟରେ ଯଦି କେନ୍ଦ୍ର ଓ ରାଜ୍ୟ ସରକାରମାନେ ଏଦିଗରେ ନିଶ୍ଚିତ ପଦକ୍ଷପ ନିଅନ୍ତେ ତେବେ ତାହା ଯେ ଏକ ଯୁଗାନ୍ତକାରୀ ପଦକ୍ଷେପ ହୁଅନ୍ତା ଏଥିରେ ସନ୍ଦେହ ନାହିଁ ।

By amfnews

Related Post