ଭୁବନେଶ୍ବର : ଓଡ଼ିଆ ଫିଲ୍ମ ‘ତୁ ମୋ ସୁନାଚଢ଼େଇ’ର ନାୟିକା ଏଲସା ଓ ନିର୍ଦ୍ଦେଶକ ଏସ୍. ଦିଲ୍ଲୀପ ପଣ୍ଡାଙ୍କ ଭିତରେ ଦେଖାଦେଇଥିବା ବିବାଦ ଘଟଣାରେ ନାଟକୀୟ ମୋଡ଼ ଆସିଛି । ଗତ ୨ ଦିନ ଧରି ନିର୍ଦ୍ଦେଶକ ଏସ୍. ଦିଲ୍ଲୀପ ପଣ୍ଡାଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ ଆଣିଥିବା ଅଭିନେତ୍ରୀ ଏଲସା ନେଇଛନ୍ତି ୟୁଟର୍ଣ୍ଣ । ଆଜି ଏକ ସାମ୍ବାଦିକ ସମ୍ମିଳନୀର ଏଲସା କହିଛନ୍ତି ଯେ ନିର୍ଦେଶକଙ୍କ ସହ ଦେଖାଦେଇଥିବା ବିବାଦର ଆପୋସ ବୁଝାମଣାରେ ସମାଧାନ ହୋଇଛି। ସମସ୍ୟା କିଛି ବଡ଼ ନ ଥିଲା, ସେ ରାଗ ମୁଡରେ ଥିବାରୁ ଅଡିଓ ରିଲିଜ ବେଳେ ଏପରି ଅଭିଯୋଗ ଆଣିଥିଲେ।
ଏପରିକି ସେମାନଙ୍କ ବିବାଦ ଭିତରେ ତୃତୀୟ ବ୍ୟକ୍ତି ନପଶିବାକୁ ଅଭିନେତ୍ରୀ ଏଲସା କହିଛନ୍ତି । ଅଡିଓ ରିଲିଜ ବେଳେ ଯାହା ହୋଇଥିଲା ଭୁଲ ବୁଝାମଣା ଯୋଗୁ ହୋଇଥିବା ସେ ସଫେଇ ଦେଇଛନ୍ତି । ଫିଲ୍ମ ତୁ ମୋ ସୁନା ଚଢେଇର ଅଡିଓ ରିଲିଜ ସମୟରେ ଫିଲ୍ମର ନିର୍ଦ୍ଦେଶକ ଦୀଲ୍ଲିପ ପଣ୍ଡାଙ୍କ ବିରୋଧରେ ମାନସିକ ନିର୍ଯ୍ୟାତନା ଅଭିଯୋଗ ଆଣିଥିଲେ ବଙ୍ଗୀୟ ଅଭିନେତ୍ରୀ ତଥା ଫିଲ୍ମର ଲିଡ ନାୟିକା ଏଲସା ଘୋଷ । ଫିଲ୍ମରେ ତାଙ୍କ ଦୃଶ୍ୟ ଓଗୀତ କଟାଯାଇଥିବା ସେ ଅଭିଯୋଗ ଆଣିଥିଲେ ।