Tue. Nov 5th, 2024

ନିଜ ଘର ଜାଳି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

By amfnews Nov 26, 2020 #Featured
107 Views

ଅନୁଗୋଳ, ନଭେମ୍ବର ୨୬ : ନିଜେ ନିଜ ଘର ଜାଳିଦେଲା ପରେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ଯୁବକ । ଏଭଳି ଅଭାବନୀୟ ଘଟଣା ଘଟିଛି ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ଖମାର ଗ୍ରାମରେ । ସୂଚନା ଅନୁଯାୟୀ, ଖୁକୁନୁ ବେହେରା ନାମକ ଜଣେ ଯୁବକ ନିଜର ମାନସିକ ଭାରସାମ୍ୟ ହରାଇ ନିଜ ଘରରେ ନିଜେ ନିଆଁ ଲଗାଇ ଦେଇଥିଲେ । ଫଳରେ ଦୁଇ ବଖରା ଘର ଜଳିପୋଡା ପାଉଁଶ ହୋଇଯିବା ସହ ଘରର ସମସ୍ତ ଆସବାବପତ୍ର ମଧ୍ୟ ଜଳିଯାଇଛି । ଏହାପରେ ଯୁବକ ଜଣକ ନିଜେ ବେକ ଓ ପେଟରେ ଚୁରୀ ଲଗାଇ କାଟି ହୋଇ ଆତ୍ମହତ୍ୟା ଉଦ୍ୟମ କରୁଥିବା ବେଳେ ସ୍ଥାନୀୟ ଲୋକଙ୍କ ସହାୟତାରେ ଗୁରୁତର ଅବସ୍ଥାରେ ଉଦ୍ଧାର ହୋଇ ଛେଣ୍ଡିପଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି । ଘଟଣା ସ୍ଥଳରେ ଦମକଳ ବାହିନୀ ଓ ପୋଲିସ ପହଞ୍ଚି ଅନୁସନ୍ଧାନ ଜାରି ରଖିଛି ।

By amfnews

Related Post