Mon. Apr 28th, 2025

ନିଜ ଗାଆଁର ସବୁ ପରିବାରକୁ ୧୦ ଲକ୍ଷ ଟଙ୍କା ଲେଖାଏଁ ଦେବେ କେ.ଚନ୍ଦ୍ରଶେଖର ରାଓ

By amfnews Jul 23, 2019 #Featured
191 Views

ହାଇଦ୍ରାବାଦ : ତେଲେଙ୍ଗନାର ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ (କେସିଆର୍‌)ନିଜର ପୈତୃକ ଗ୍ରାମ ଚିନ୍ତାମଡାକାର ସମସ୍ତ ପରିବାରକୁ ୧୦ ଲକ୍ଷ ଟଙ୍କା ଲେଖାଏଁ ଦେବାର ଘୋଷଣା କରିଛନ୍ତି। ସେ ଗତକାଲି ଏହି ଘୋଷଣା କରିଛନ୍ତି।

ସେ କହିଛନ୍ତି ଯେ ଏହାଦ୍ୱାରା ଗାଆଁର ୨ ହଜାର ପରିବାର ଲାଭାନ୍ଵିତ ହେବେ। କେସିଆର୍‌ ଆହୁରି ମଧ୍ୟ କହିଛନ୍ତି ଯେ ଏହି ଅର୍ଥରେ ତାଙ୍କ ଗାଆଁର ଲୋକେ କିଛି ବି ସାମଗ୍ରୀ କିଣିପାରିବେ । ତେଣେ ଦୁଇ ହଜାର ପରିବାରଙ୍କୁ ୧୦ ଲକ୍ଷ ଟଙ୍କାର ଅର୍ଥ ରାଶି ଦିଆଯିବା ଫଳରେ ସରକାରୀ ରାଜସ୍ୱ ଉପରେ ଦୁଇ ହଜାର କୋଟି ଟଙ୍କାର ଅତିରିକ୍ତ ବୋଝ ପଡ଼ିବ ବୋଲି ଜଣାଯାଇଛି।

ଏଣେ ମୁଖ୍ୟମନ୍ତ୍ରୀ କେସିଆରଙ୍କ ଘୋଷଣା ପରେ ବିଜେପି ନେତା ତାଙ୍କୁ କଟାକ୍ଷ କରିଛନ୍ତି। ବିଜେପି ନେତା ପି.ମୁରଲୀଧର ରାଓ କହିଛନ୍ତି କେସିଆର୍‌ କେବଳ ଗୋଟିଏ ଗାଆଁର ଲୋକଙ୍କୁ ନୁହେଁ ବରଂ ସମସ୍ତ ଗାଆଁର ଲୋକଙ୍କୁ ୧୦ ଲକ୍ଷ ଟଙ୍କା ଲେଖାଏଁ ଦେବାର ବନ୍ଦୋବସ୍ତ କରନ୍ତୁ।

By amfnews

Related Post