Sat. Mar 7th, 2026

ନିଜର ବ୍ୟବସାୟକୁ ବଢ଼ାଇବାଲାଗି ଏହି କୁତ୍ସିତ କାମ କରିବାକୁ ଚାପ ପକାଉଥିଲେ ସ୍ବାମୀ, ପୀଡ଼ିତା ସ୍ତ୍ରୀ ଅଭିଯୋଗ କଲେ ଥାନାରେ

378 Views

କାନପୁର: ଉତ୍ତର ପ୍ରଦେଶର ନଜିରାବାଦ ଥାନା ଅଞ୍ଚଳରେ ଜଣେ ମହିଳା ନିଜ ସ୍ବାମୀଙ୍କ ଝପରେ ୱାଇଫ୍ ସ୍ବାପିଙ୍ଗ(ପତ୍ନୀ ଅଦଳବଦଳ)ର ଅଭିଯୋଗ ଆଣିଛନ୍ତି। ପୀଡ଼ିତାଜଣକ ଅଭିଯୋଗ କରିଛନ୍ତି ଯେ ତାଙ୍କ ନିଜର ବ୍ୟବସାୟୀ ସ୍ବାମୀ ଏବଂ ତାଙ୍କର ସାଙ୍ଗମାନେ ଏହି କାମରେ ଲିପ୍ତ ଥିବାର ଅଭିଯୋଗ କରିଛନ୍ତି ଉକ୍ତ ମହିଳା।

ପୀଡ଼ିତାଙ୍କ ଅଭିଯୋଗ ଅନୁଯାୟୀ ତାଙ୍କ ସ୍ବାମୀ ନିଜର ବ୍ୟବସାୟକୁ ବଢ଼ାଇବାଲାଗି ତାଙ୍କ ଉପରେ ସାଙ୍ଗ ସହିତ ଶାରୀରିକ ସଂପର୍କ ରଖିବାକୁ ବାଧ୍ୟ କରୁଛନ୍ତି। ଗତ ମାସ ୧୫ ତାରିଖ ଦିନ ପୀଡ଼ିତାଙ୍କ ସ୍ବାମୀ ଜଣେ ସାଙ୍ଗ ଓ ତାଙ୍କ ସ୍ତ୍ରୀଙ୍କୁ ଘରକୁ ନିମନ୍ତ୍ରଣ କରିଥିଲେ। ତାପରେ ସେମାନେ ମଦ ପିଇଥିଲେ। ଏହାପରେ ସାଙ୍ଗ ତାଙ୍କ ସ୍ତ୍ରୀଙ୍କୁ ଛାଡ଼ି ଦେଇ ବାହାରକୁ ଚାଲି ଦେଇଥିଲେ। ତାପରେ ପୀଡ଼ିତାଙ୍କ ସ୍ବାମୀ ସାଙ୍ଗଙ୍କ ସ୍ତ୍ରୀଙ୍କ ସହ ସଂପର୍କ ରଖିଥିଲେ।

ତାପରେ ପୀଡ଼ିତାଙ୍କ ସ୍ବାମୀ ଅଶ୍ଳୀଳ ସିନେମା ଦେଖାଇ ସାଙ୍ଗ ସହ ସଂପର୍କ ରଖିବାକୁ ବାଧ୍ୟ କରିଥିଲେ ବୋଲି ଅଭିଯୋଗ ହୋଇଛି। ଏନେଇ ନଜିରାବାଦ ଥାନାରେ ଅଭିଯୋଗ ହେବାପରେ ପୁଲିସ ଏଡିଜି ପ୍ରେମ ପ୍ରକାଶ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିବା ଜଣାଯାଇଛି।

By amfnews

Related Post