Fri. Jun 13th, 2025

ନିଜର ପ୍ରତିଶ୍ରୁତି ରକ୍ଷା କରିବାପାଇଁ ମନୋଜ ତିଓ୍ଵାରୀଙ୍କୁ ଅନୁରୋଧ କଲା ଆମ ଆଦମି ପାର୍ଟି

By amfnews Dec 21, 2018 #Featured
245 Views

ନୂଆଦିଲ୍ଲୀ , ଡିସେମ୍ବର ୨୧ : ଦିଲ୍ଲୀରେ ଶାସନ କ୍ଷମତାରେ ଥିବା ଆମ ଆଦମି ପାର୍ଟି (ଆପ୍‌) ଭାରତୀୟ ଜନତା ପାର୍ଟିର ଦିଲ୍ଲୀ ଶାଖା ଅଧ୍ୟକ୍ଷ ମନୋଜ ତିଓ୍ଵାରୀଙ୍କୁ ଏକ ଲକ୍ଷ ଟଙ୍କାର ରାଜନୈତିକ ଚାନ୍ଦା ମାଗିଛି। ପ୍ରକୃତରେ ମନୋଜ ତିଓ୍ଵାରୀଙ୍କର ଏକ ପୁରୁଣା ବୟାନ୍‌ ଆଧାର ଅନୁଯାୟୀ ଏହି ଏକ ଲକ୍ଷ ଟଙ୍କାର ଚାନ୍ଦା ମଗାଯାଇଛି।
ଗତ ଅକ୍ଟୋବର ମାସରେ ମନୋଜ ତିଓ୍ଵାରୀ କହିଥିଲେ କି ଯଦି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ଵାଲ୍‌ ଦିଲ୍ଲୀ ମେଟ୍ରୋର ଚତୁର୍ଥ ପର୍ଯ୍ୟାୟର ମଂଜୁରି ଦିଅନ୍ତି,ତେବେ ସେ ଆମ ଆଦମି ପାର୍ଟିକୁ ୧ ଲକ୍ଷ ୧୧ ହଜାର ୧୦୦ ଟଙ୍କାର ଚାନ୍ଦା ଦେବେ। ଗତ ବୁଧବାର ଦିନ ଦିଲ୍ଲୀ ସରକାର ଦିଲ୍ଲୀ ମେଟ୍ରୋର ଚତୁର୍ଥ ପର୍ଯ୍ୟାୟର ସମସ୍ତ ଛଅଟି କରିଡର୍‌କୁ ମଂଜୁରି ଦେଇଛନ୍ତି। ଏହାପରେ ଆପ୍‌ ମନୋଜଙ୍କୁ ତାଙ୍କ କଥା ମନେ ପକାଇ ଦେଇଛି।


ଆମ ଆଦମି ପାର୍ଟି ପକ୍ଷରୁ ଟ୍ଵିଟ୍‌ରେ ଲେଖାଯାଇଛି,ଆଶା ହେଉ କି ମନୋଜ ତିଓ୍ଵାରୀଜୀ ଭାଜପା ଓ ନରେନ୍ଦ୍ର ମୋଦିଙ୍କ ଭଳି କଥା ଭୁଲିଯିବେ ନାହିଁ। ଦୟାକରି ଅନ୍‌ଲାଇନ୍‌ ଡୋନେଟ୍‌ କରି ନିଜର କଥା ରଖିବା ସହିତ ଡିଜିଟାଲ୍‌ ଇଣ୍ଡିଆର ଅଂଶୀଦାର ହୋଇପାରନ୍ତି। ଏଠାରେ ସୂଚନାଯୋଗ୍ୟ ଯେ ଆପ୍‌ ଲୋକ ସଭା ନିର୍ବାଚନ ପରେ ଦେଶସାରା ଚାନ୍ଦା ମାଗିବା କାମ ଆରମ୍ଭ କରିଦେଇଛି।

By amfnews

Related Post