Sun. Mar 8th, 2026

ନିଖୋଜ ନାବାଳିକାର ମୃତଦେହ ପାହାଡ଼ ଉପରୁ ଉଦ୍ଧାର ହେବା ଘଟଣାର ପର୍ଦ୍ଦାଫାସ୍‌

159 Views

ବରଗଡ଼, ଡିସେମ୍ବର ୧୦ : ବରଗଡ଼ ଜିଲ୍ଲା ଥୁଆପାଲିରେ ଏକ ପାହାଡ଼ ଉପରୁ ନିଖୋଜ ନାବାଳିକାର ମୃତଦେହ ଉଦ୍ଧାର ହେବା ଘଟଣାର ପର୍ଦ୍ଦାଫାସ୍‌ ହୋଇଛି।  ଏହି ଘଟଣାରେ ପୁଲିସ୍‌ ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ କୈଳାସ ଚନ୍ଦ୍ର ବାରିକ ଓ ରମେଶ ଓରଫ ଛୋଟୁ ସାହିନି।

ଅଭିଯୁକ୍ତମାନେ ନାବାଳିକାକୁ ହତ୍ୟା କରିଥିବା ପୁଲିସ୍ ଆଗରେ ସ୍ୱୀକାର କରିଛନ୍ତି। ଏଥିସହ ପୁଲିସ୍‌ ହତ୍ୟାରେ ବ୍ୟବହୃତ ଏକ ମୋଟର ସାଇକେଲକୁ ମଧ୍ୟ ଜବତ କରିଛି।

ମୃତ ନାବାଳିକାଙ୍କ ସହ କୈଳାସର ପ୍ରେମ ସଂପର୍କ ଥିଲା। ନାବାଳିକା ଜଣକ କୈଳାସକୁ ବିବାହ କରିବା ପାଇଁ ଜିଦ୍‌ ଧରିବାରୁ ୨ ସାଙ୍ଗ ମିଶି ତାଙ୍କୁ ହତ୍ୟା କରିଥିବା ସ୍ୱୀକାର କରିଛନ୍ତି।

ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ବରଗଡ଼ ଏସ୍‌ଡିପିଓ ସୁରେଶ କୁମାର ନାଏକ ସୂଚନା ଦେଇଛନ୍ତି।

By amfnews

Related Post