Sun. Mar 8th, 2026

ନିଖୋଜ ଥିଲେ; ଆଜି କୂଅରୁ ମିଳିଲା ମୃତଦେହ

143 Views

କେନ୍ଦ୍ରାପଡ଼ା  : କେନ୍ଦ୍ରାପଡ଼ା ଜିଲ୍ଲା ପାଟପୁର ଥାନା ଜୁରା ରଘୁନାଥପୁର ଛକ ନିକଟରେ ଥିବା ଏକ ଗଭୀର କୂଅରୁ ଜଣେ ବ୍ୟକ୍ତିର ମୃତଦେହ ଉଦ୍ଧାର କରାଯାଇଛି। ମୃତକ ହେଲେ ସୁରେନ୍ଦ୍ର ସାହୁ। ତାଙ୍କ ଘର ପାଟପୁରରେ।

ସୂଚନା ଅନୁଯାୟୀ, ଦୁଇ ଦିନ ହେଲା ସୁରେନ୍ଦ୍ର ନିଖୋଜ ଥିଲେ। ସେ ବିଲକୁ କାମ କରିବାକୁ ଯାଇ ଘରକୁ ଫେରି ନଥିଲେ। ଆଜି କୂଅରେ ମୃତଦେହ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ପୁଲିସ୍‌କୁ ଖବର ଦେଇଥିଲେ। ଅଗ୍ନିଶମ ବିଭାଗ କର୍ମଚାରୀମାନେ ଆସି ମୃତଦେହକୁ ଉଦ୍ଧାର କରିଥିଲେ। ମୃତଦେହ ଚିହ୍ନଟ ପରେ ପୁଲିସ୍ ଏହାକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ପୁଲିସ ଘଟଣାର ତଦନ୍ତ କରୁଛି।

By amfnews

Related Post