ରାଉରକେଲା, ୨୧ା୧୦ : ନିଖିଳ ଉତ୍କଳ ଖଣ୍ଡାୟତ କ୍ଷେତ୍ରୀୟ ମହାସଭାର ଇସ୍ପାତ ନଗର କମିଟି ଆନୁକୂଲ୍ୟରେ ପାଟ୍ଟଖଣ୍ଡା ଶୋଭାଯାତ୍ରା ମହାସମାରୋହରେ ପାଳିତ ହୋଇଯାଇଛି । କମିଟିର ସଭାପତି ସାରଦା ପ୍ରସାଦ ନାୟକଙ୍କ ନେତୃତ୍ୱରେ ଏକ ବିଶାଳ ଶୋଭାଯାତ୍ରା ସେକ୍ଟର-୩ ଖଡ୍ଗ ଭବନ କାର୍ଯ୍ୟାଳୟରୁ ବାହାରି ସେକ୍ଟର-୨, ବିଶ୍ରାଛକ, ରାଉରକେଲା ମେନ୍ ମାର୍କେଟ, ପାନପୋଶ, ଛେଣ୍ଡ, ସେକ୍ଟର ଅଞ୍ଚଳଦେଇ କୋଇଲ ନଗର, ସେକ୍ଟର-୧ ହୋଇ ଖଡ୍ଗ ଭବନକୁ ଶୋଭାଯାତ୍ରା ଫେରିଥିଲା ।
ଏହି ଶୋଭାଯାତ୍ରାରେ ପ୍ରାୟ ୫୦୦ ରୁ ଉଦ୍ଧ୍ୱର୍ ମୋଟର ସାଇକେଲ ସାମିଲ ହୋଇଥିଲା । ଦୀର୍ଘ ୪୨ ବର୍ଷ ଧରି ଏହି ଶୋଭାଯାତ୍ରା ପାଳନ ହେଉଥିବା ବେଳେ ଚଳିତ ବର୍ଷ ଅତିଥି ଭାବରେ ରଘୁନାଥପାଲି ବିଧାୟକ ସୁବ୍ରତ ତରାଇ, ପୂର୍ବତନ ବିଧାୟକ ପ୍ରଭାତ ମହାପାତ୍ର, ନିହାର ରାୟ ପ୍ରମୁଖ ସାମିଲ ହୋଇଥିଲେ । ଶାନ୍ତି, ମୈତ୍ରୀ, ଭାଇଚାରା ଓ ଖଣ୍ଡାୟତ କ୍ଷତ୍ରୀୟଙ୍କ ପୂର୍ବ ସୁରୀଙ୍କୁ ମନେପକାଇ ଏହି ବିଶାଳ ଶୋଭାଯାତ୍ରରେ ୧୨ ହାତ ଖଣ୍ଡା ଏକ ସୁସଜିତ ଗାଡିରେ ସହର ପରିକ୍ରାମା କରିଥିଲା । ଏହି ଶୋଭାଯାତ୍ରା ବହୁ ମାତ୍ରାରେ ସଫଳ ହୋଇଥିବାରୁ ପୋଲିସ, ପ୍ରଶାସନ ଏବଂ ସମସ୍ତ ଜନସାଧାରଣ, ଯୁବ ବନ୍ଧୁ ଏବଂ ସମସ୍ତ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ନିଖିଳ ଉତ୍କଳ ଖଣ୍ଡାୟତ କ୍ଷତ୍ରୀୟ ମହାସଭା ପକ୍ଷରୁ ଧନ୍ୟବାଦ ଅର୍ପଣ କରାଯାଇଛି ।