ରାଉରକେଲା : ରାଉରକେଲା ନିଖିଳ ଉତ୍କଳ ଖଣ୍ଡାୟତ କ୍ଷତ୍ରୀୟ ମହାସଭାର ସାଧାରଣ ବୈଠକ ‘ଖଡ୍ଗଭବନ’ ଠାରେ ଯଦୁମଣୀ ସ୍ୱାଇଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଛଇଛି । ଏହି ଅବସରରେ ବିଶିଷ୍ଟ ଶ୍ରମିକନେତା ବିଦ୍ୟାଧର ବାରିକ ଓ ରମେଶ ମହାନ୍ତିଙ୍କ ବିୟୋଗରେ ୧ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା ।
ସଭାରେ ମହାସଭାର ବାର୍ଷିକ ଆୟ-ବ୍ୟୟ ଓ ଚଳିତ ଖଡ୍ଗ ପୂଜା ଏବଂ ଖଡ୍ଗ ଶୋଭାଯାତ୍ରା ସମ୍ପର୍କରେ ବିଶଦ୍ ଆଲୋଚନା କରାଯାଇଥିଲା । ଚଳିତବର୍ଷ ରାଉରକେଲା ବଜାର ମଧ୍ୟ ଦେଇ ବିଶ୍ରାରୋଡ ଠାରୁ ଆମ୍ବେଦକର ଛକ ପର୍ଯ୍ୟନ୍ତ ଶୋଭଯାତ୍ରା ଯିବାକୁ ସ୍ଥିର କରାଯାଇଛି । ଶେଭାଯାତ୍ରା ଶେଷରେ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଛି । ଏହି ଶୋଭାଯାତ୍ରାରେ ଖଣ୍ଡାୟତ ମାନଙ୍କର ପାରମ୍ପରୀକ ଅସ୍ତ୍ର ‘ଖଡ୍ଗ’ ସହିତ ପାଇକମାନଙ୍କର ଶୋଭାଯାତ୍ରା କରାଯିବ । ଏହାବ୍ୟତୀତ ବାରହାତ ଖଣ୍ଡା ପୂଜା ପାରମ୍ପରୀକ ରୀତିରେ କରାଯିବ । ଆସନ୍ତ ୧୯ ତାରିଖ ଦିନ ୮ଟାରେ ସମସ୍ତେ ଉପସ୍ଥିତ ରହି ଶୋଭାଯାତ୍ରାରେ ଯୋଗ ଦେବାକୁ ସଭାପତି ଅନୁରୋଧ କରିଛନ୍ତି ।
