ରାଉରକେଲା, ୨୦ା୮: ରାଉରକେଲା ନିଖିଳ ଉକ୍ରଳ କୈବର୍ତ୍ତ ସମାଜର କାର୍ଯ୍ୟକାରିଣୀ ବୈଠକ ଆଜି ସେକ୍ଟର-୧୭ ସ୍ଥିତ ମଧୁସୂଦନ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ସମାଜ ସଭାପତି ଜଗବନ୍ଧୁ ବେହେରା ଅଧ୍ୟକ୍ଷତା କରିଥିଲେ । ପ୍ରାରମ୍ଭରେ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଭାବବିହ୍ୱଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲ ।
ପରେ ତାଙ୍କ ଅମର ଆତ୍ମାର ସଦ୍ଗତି ପାଇଁ ୨ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ସମାଜର ସାଧାରଣ ସମ୍ପାଦକ ଭ୍ରମରବର ବେହେରା ଆଗାମୀ ସେପ୍ଟେମ୍ବର ୯ ତାରିଖ ଦିନ ନିଖିଳ ଉକ୍ରଳ କୈବର୍ତ୍ତ ସମାଜର ୧୭ତମ ପ୍ରତିଷ୍ଠା ଦିବସ ପାଳନ ନିମନ୍ତେ ସୂଚନା ଦିଆଯାଇଥିଲା । ସର୍ବସମ୍ମତିକ୍ରମେ ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳନ ପାଇଁ ସ୍ଥିର କରାଯାଇଥିଲା । ରାଜ୍ୟର ପ୍ରତ୍ୟେକ ଜିଲାରୁ ବିଶିଷ୍ଟ ବ୍ୟକ୍ତି ତଥା ପ୍ରତିନିଧିଙ୍କୁ ଉକ୍ତ ଦିବସରେ ଯୋଗ ଦେବା ପାଇଁ ନିମନ୍ତ୍ରଣ କରିବାକୁ ପ୍ରସ୍ତାବ ଗୃହୀତ ହୋଇଥିଲା ।
ଆଲୋଚନାରେ ସମାଜର ଉପସଭାପତି ଅର୍ଜୁନ ଚରଣ ସାହୁ, ଯୁଗ୍ମ ସମ୍ପାଦକ ଧନେଶ୍ୱର ତରାଇ ଓ ହରେକୃଷ୍ଣ ବେହେରା, କୋଷାଧ୍ୟକ୍ଷ ପ୍ରସନ୍ନ ମହାଳୀଙ୍କ ସମେତ ରାଜକିଶୋର ବେହେରା, କୈଳାସ ଚନ୍ଦ୍ର ମହାଳୀ, ରାଜକୁମାର ବେହେରା, ବିଜୟ କୁମାର ବେହେରା, ଉମାକାନ୍ତ ମାଝି, ପ୍ରସନ୍ନ ସାମଲ, ଗୋପବନ୍ଧୁ ଭୋଇ, ନଟବର ବେହେରା, ଭୋଳାନାଥ ବେହେରା, ଜୟକୃଷ୍ଣ ବେହେରା, ଧିରେନ କୁମାର ବେହେରା, ଉପେନ୍ଦ୍ର କୁମାର ବେହେରା ଓ ଗୁରୁଚରଣ ମାଝି ଅଂଶଗ୍ରହଣ କରିଥିବା ବେଳେ ଉପସାଧାରଣ ସମ୍ପାଦକ ବନ୍ଧୁଆ ବେହେରା ଧନ୍ୟବାଦ ପ୍ରସ୍ତାବ ଆଗତ କରିଥିଲେ ।